ରେକର୍ଡ଼ ହେଲା ନୟାଗଡ଼ ମହିଳା କୋର୍ଟରେ ଅଭାବନୀୟ ଦୃଶ୍ୟ : ମହିଳା ବିଚାରପତିଙ୍କୁ ଗୋଡ଼ାଇଲେ ଓକିଲ

41

କନକ ବ୍ୟୁରୋ :  ନୟାଗଡ ସ୍ଥିତ ମହିଳା କୋର୍ଟରେ ଅଭାବନୀୟ ଦୃଶ୍ୟ । ନୂଆ କରି ନିଯୁକ୍ତି ପାଇଥିବା ମହିଳା ବିଚାରପତିଙ୍କୁ ଗୋଡାଉଛନ୍ତି ଓଳିଲମାନେ । ଏବଂ ଭୟଭୀତ ହୋଇ ମହିଳା ବିଚାରପତି ଦୀପା ଦାସ ନିଜ ଚ୍ୟାମ୍ବର ଭିତରକୁ ଦୌଡି ପଳାଇଛନ୍ତି । ଓଳିଲମାନେ ବି ଛାଡୁ ନାହାଁନ୍ତି । ସେମାନେ ବି ହୋ ହଲ୍ଲା କରି ମହିଳା ବିଚାରପତିଙ୍କ ଚ୍ୟାମ୍ବର ଭିତରେ ପ୍ରବେଶ କରିଛନ୍ତି ।

ଏହି ଘଟଣା ଅନେକ କଥା ବୟାନ କରୁଛି । ଯଦି ଜଣେ ବିଚାରପତିଙ୍କ ଅବସ୍ଥା ଏଭଳି ହୁଏ । ତେବେ କିଏ ସୁରକ୍ଷିତ , ସେହି ପ୍ରଶ୍ନ ଉଠିବା ସ୍ୱାଭାବିକ୍ । ଏହି ଘଟଣା ପରେ ବିଚାରପତି ଦୀପା ଦାସ୍ ପୁଲିସକୁ ସହାୟତା ମାଗିଥିଲେ ଏବଂ ସୁରକ୍ଷା ଦେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ନୟାଗଡ ଆଇଆଇସି କହିଥିଲେ ଜିଲ୍ଲା ଜଜ୍ ମନା କରିଥିବାରୁ କୌଣସି ସୁରକ୍ଷା ଦେଇ ହେବ ନାହିଁ । ସେହି ଫୋନ୍ ଅଡିଓ ମଧ୍ୟ ଜ୍ୟୋତିପ୍ରକାଶଙ୍କ ଠାରୁ ହସ୍ତଗତ ହୋଇଛି । ଆଶ୍ଚର୍ଯ୍ୟଜନକ ଭାବେ ବିଚାରପତି ମହିଳା କୋର୍ଟରେ ବିଚାରପତି ଓ ଓଳିଲଙ୍କ ମଧ୍ୟରେ ଛକାପଂଝା ବେଶ୍ କିଛି ସପ୍ତାହ ହେଲା ଚାଲି ଆସୁଛି । ଓଳିଲଙ୍କ ବ୍ୟବହାରକୁ ବିଚାରପତି ନିଜ ମୋବାଇଲରେ ରେକର୍ଡ କରିବାକୁ ଚେହ୍ଟା କରିବା ବେଳେ ଓଳିଲମାନେ ମଧ୍ୟ ବିଚାରପତିଙ୍କୁ ରେକର୍ଡ କରିଛନ୍ତି ।

ମହିଳା ବିଚାରପତି ଦୀପା ଦାସଙ୍କ ବିରୋଧରେ ଓଳିଲଙ୍କ ଅଭିଯୋଗ ହେଉଚି ଯେ ସେ ଓକିଲଙ୍କୁ ଦୁର୍ବ୍ୟବହାର କରିଛନ୍ତି ଜାନୁୟାରୀ ପ୍ରଥମ ସପ୍ତାହରୁ ଧାରଣା ଆରମ୍ଭ କରିଥିଲେ ଓଳିଲମାନେ ଏବଂ ଦାବି କରୁଛନ୍ତି ବିଚାରପତିଙ୍କୁ ବଦଳି କରାଯାଉ । ମାତ୍ର ୨ମାସ ହେଲା ନୟାଗଡରେ ଆରମ୍ଭ ହୋଇଛି ନୂଆ ମହିଳା କୋର୍ଟ । ଏବଂ ପ୍ରଥମ ବିଚାରପତି ଭାବେ ଦୀପା ଦାସଙ୍କୁ ଏଠାରେ ନିଯୁକ୍ତି ମିଳିଥିଲା । କିନ୍ତୁ ଏସବୁ ପରିସ୍ଥିତି ଭିତରେ ଦୀପା ଦାସଙ୍କୁ ଶେଷରେ ବଦଳି କରି ଦିଆଯାଇଛି । ପାରଳାଖେମୁଣ୍ଡିରେ ନିଯୁକ୍ତି ପାଇଁ ପ୍ରସ୍ତୁତ ରହିବାକୁ ତାଙ୍କ ପାଖରେ ନୋଟିସ୍ ପହଁଚିଛି ।