ନାବାଳିକାଙ୍କ ସହ ଦୁଷ୍କର୍ମ ପରେ ଭିଡିଓ ଭାଇରାଲ ମାମଲା ! ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡଙ୍କ ନିକଟରେ ଅଭିଯୁକ୍ତ ୩ ନାବାଳକ ହାଜର

45

କନକ ବ୍ୟୁରୋ : ନାବାଳିକାଙ୍କ ସହ ଦୁଷ୍କର୍ମ ପରେ ଭିଡିଓ ଭାଇରାଲ ମାମଲା । ଅଭିଯୁକ୍ତ ୩ ନାବାଳକଙ୍କୁ ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡଙ୍କ ନିକଟରେ ହାଜର କରାଇଛି ଶରଣକୁଳ ପୋଲିସ । ମାମଲାର ଗମ୍ଭିରତା ଦୃଷ୍ଟିରୁ ମାନ୍ୟବର ଅଦାଲତ ସଂପୃକ୍ତ ୩ ନାବାଳକଙ୍କ ଜାମିନ ନାମଂଜୁର କରି ସେମାନଙ୍କୁ ଅନୁଗୁଳ ବାଳସ୍ୱଧାର ଗୃହକୁ ପଠାଇ ଦେଇଛନ୍ତି । ୧୪ ଦିନ ପରେ ସଂପୃକ୍ତ ନାବାଳକଙ୍କ ମାନସିକ ସ୍ଥିତିକୁ ଅନୁଧ୍ୟାନ କରାଯିବା ପରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଜୁଭେନାଇଲ ବୋର୍ଡ ।

ସେପଟେ ପୀଡିତା ନାବାଳିକାଙ୍କୁ ମଧ୍ୟ ଜୁଭେନାଇଲ ବୋର୍ଡଙ୍କ ନିକଟରେ ହାଜର କରାଯାଇଛି । ଗତ ୨ ମାସ ତଳେ ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ ପରେ ୩ ନାବାଳକ ଭିଡିଓ ରେକର୍ଡଂ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-