ବିସ୍ଫୋରଣରେ ୬ ଜଣଙ୍କ ଜୀବନ ଯିବା ପରେ ଚେତିଲା ନୟାଗଡ ପ୍ରଶାସନ : ସିଜ୍ ହେବ ବେଆଇନ୍ ବାଣ ଫ୍ୟାକ୍ଟ୍ରି

30

ନୟାଗଡ : ବିସ୍ଫୋରଣରେ ୬ ଜଣଙ୍କ ଜୀବନ ଯିବା ପରେ ଚେତିଲା ନୟାଗଡ ପ୍ରଶାସନ । ସମସ୍ତ ବାଣ କାରଖାନା ଉପରେ ଚଢାଉ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ସିଜ୍ ହେବ ସମସ୍ତ ବେଆଇନ୍ ବାଣ ଫ୍ୟାକ୍ଟ୍ରି।

ନୟାଗଡ ବାଣ ବିସ୍ଫୋରଣ ଘଟଣାରେ ମୋଟ ୬ ଜଣ ପ୍ରାଣ ହରାଇଥିବା ବେଳେ କଟକ ବଡ ମେଡିକାଲରେ ଚିକିତ୍ସିତ ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବାଣ କାରଖାନାର ମାଲିକଙ୍କୁ ପୁଲିସ ଗିରଫ କରିବା ସହ ବିସ୍ଫୋରଣର କାରଣ ଖୋଜୁଛି । ବିସ୍ଫୋରଣରେ ୬ ଜଣଙ୍କ ଜୀବନ ଯିବା ପରେ ଚେତିଛି ପ୍ରଶାସନ ।