ନୟାଗଡ ଡମ ସାହିରେ ବାଣ ବିସ୍ଫୋରଣ

74

ନୟାଗଡ : ନୟାଗଡ ଡମ ସାହିରେ ଏକ ପୂଜା ସାମଗ୍ରୀ ଦୋକାନରେ ଥିବା ବାଣ ବିସ୍ଫୋରଣ ହୋଇଛି । ଫଳରେ ଜଣେ ଗୁରୁତର ହୋଇପଡିଥିବାବେଳେ ୫ରୁ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆସ୍ମାନ ନାୟକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଦୋକାନରେ ଅଳ୍ପ କିଛି ବାଣ ଥିବାବେଳେ ଆଜି ସକାଳେ ଏହା ବିସ୍ଫୋରଣ ହୋଇଥିବା ଜଣାପଡିଛି । ବର୍ଷା ପାଗରେ ବାଣଗୁଡିକୁ ଶୁଖାଇବା ପାଇଁ ଦୋକାନୀ ଏକ ବଲ ଜାଲିଥିବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।