ଉତ୍ସବ ସରକାରୀ : ବ୍ୟାନରରେ ଦଳୀୟ ଚିହ୍ନ

0

କନକ ବ୍ୟୁରୋ : ଗୁରୁବାର ନୟାଗଡ଼ର ମଡେଲ୍ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ସଚିବାଳୟରୁ ଭିଡିଓ କନଫରେନସିଂ ଯୋଗେ ଉଦଘାଟନ କଲାବେଳକୁ ନୟାଗଡ଼ର ଉଦଘାଟନ ମଂଚରେ ଉପସ୍ଥିତ ଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ । ସଭାରେ ଉପସ୍ଥିତ ଥିଲେ ନୟାଗଡ଼ ବିଧାୟକ ଅରୁଣ ସାହୁ, ଉଚ୍ଚ ଶିକ୍ଷା ସଚିବ ଜିଭିଭି ଶର୍ମା, ନୟାଗଡ଼ର ଜିଲ୍ଲାପାଳ ଓ ଏସ୍ପି । ହେଲେ ଏଭଳି ଏକ ସରକାରୀ କାର୍ଯ୍ୟକ୍ରମରେ ବ୍ୟାନରରେ କିଭଳି ବିଜେଡିର ଦଳୀୟ ଚିହ୍ନ “ଶଙ୍ଖ’’ ଲଗାଗଲା ସେ ନେଇ ପ୍ରଶ୍ନ ଉଠାଇଛି ବିଜେପି ।

ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଦର୍ଶାଇଛନ୍ତି ଯେ ସଚିବ ଓ ଜିଲ୍ଲାପାଳଙ୍କ ଭଳି ଦୁଇ ଜଣ ଆଇଏଏସ୍ ଅଫିସର ଓ ଜଣେ ଆଇପିଏସ୍ ଅଫିସର ଏଭଳି ଦଳୀୟ କାର୍ଯ୍ୟକୁ ବରଦାସ୍ତ କରି ସର୍ଭିସ୍ କୋଡର ଉଲ୍ଳଂଘନ କରିଛନ୍ତି । ସେମାନଙ୍କ ବିରୋଧରେ ସରକାର ତୁରନ୍ତ ଏଫଆଇଆର ରୁଜୁ କରିବା ସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । କେନ୍ଦ୍ର ସରକାର ୧୨ କୋଟି ଟଙ୍କା ଦେଇଥିବା ବେଳେ ଏଥିରେ ମଡେଲ୍ କଲେଜ ନିର୍ମାଣ ହୋଇଛି । ରାଜ୍ୟ ସରକାର କେବଳ ଅଧ୍ୟାପକମାନଙ୍କୁ ନିଯୁକ୍ତି ଦେଇଛନ୍ତି ।

Comments are closed.