ନୟାଗଡ ନାଗରିକ ମଂଚ ପକ୍ଷରୁ ସମ୍ବର୍ଦ୍ଧନା ସଭା ଆୟୋଜିତ : ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଫୁଲତୋଡା ଦେଇ ଦିଆଗଲା ସମ୍ବର୍ଦ୍ଧନା

41

କନକ ବ୍ୟୁରୋ : ବିନା ସରକାରୀ ସହାୟତାରେ କରାଯାଇପାରିବ ମଦମୁକ୍ତ ସମାଜ ଗଠନ । ଏଥିପାଇଁ ଘରର ମହିଳାମାନଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି କହିଛନ୍ତି ସମ୍ବାଦ ସମ୍ପାଦକ ତଥା ରାଜ୍ୟ ସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ । ନୟାଗଡ଼ରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ କିଛି ଏଭଳି କହିଥିଲେ ନବ ନିର୍ବାଚିତ ସାଂସଦ । ନୟାଗଡ ନାଗରିକ ମଂଚ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସାଂସଦ ଶ୍ରୀ ପଟ୍ଟନାୟକ ମା ମାଟି ମାତୃଭାଷା ଉପରେ ନିଜ ଆଭିମୁଖ୍ୟ ରଖିଥିଲେ । ସାଂସଦ ସୌମ୍ୟରଂଜନଙ୍କୁ ବିଜିପୁର ଗେଟରୁ ବିଶାଳ ବାଇକ ର୍ୟାଲିରେ ପାଛୋଟି ନିଆଯାଇଥିଲା । ପରେ ପଠାଣି ସାମନ୍ତ ଅଡିଟୋରିଅମରେ ଆୟୋଜିତ ସଭାରେ ୬୦ରୁ ଉଦ୍ଧ୍ୱର୍ ସଂଗଠନ ପକ୍ଷରୁ ସାଂସଦଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନିଜ ରାଜନୈତିକ କର୍ମଭୂମିରେ ସମ୍ବର୍ଦ୍ଧିତ ହେବାର ଅନୁଭୂତି ନିଆରା ବୋଲି ଶ୍ରୀ ପଟ୍ଟନାୟକ କହିଥିବା ବେଳେ ସୌମ୍ୟଙ୍କ ଯୋଗଦାନ ଫଳରେ ନୟାଗଡ ବିକାଶର ଧାରା ଆହୁରି ଆଗକୁ ଯାଇପାରିବ ବୋଲି କହିଥିଲେ ନୟାଗଡ ବିଧାୟକ ।