ନୟାଗଡ : ଚେନ ଲୁଟେରାକୁ କାବୁ କଲେ ଲୋକେ

29

କନକ ବ୍ୟୁରୋ : ଚେନ ଲୁଟେରାକୁ କାବୁ କଲେ ଲୋକେ । ନିସ୍ତୁକ ମାଡ ମାରି ପୋଲିସକୁ ହସ୍ତାନ୍ତର କଲେ । ଘଟଣା ଘଟିଛି ନୟାଗଡ ଥାନା ଦୁର୍ଗାପ୍ରସାଦ ଅଂଚଳରେ । ଆଜି ଭୋରରୁ ଦୁର୍ଗାପ୍ରସାଦ ଗାଁର ଜଣେ ମହିଳା ଫୁଲ ତୋଳୁଥିବାବେଳେ ୨ଟି ବାଇକରେ ୫ ଜଣ ଯୁବକ ମହିଳାଙ୍କ ବେକରୁ ଚେନ ଲୁଟିନେଉଥିଲେ । ଏହି ସମୟରେ ଅନ୍ୟମାନେ ପାଟିକରିବାରୁ ୪ ଜଣ ଯୁବକ ଖସିପଳାଇଥିଲେ । ଆଉ ଧରାପଡିଥିଲା ଜଣେ । ଗାଁ ଲୋକେ ଲୁଟେରାକୁ ମାଡ ମାରିବା ସହ ପୋଲିସରେ ଜିମା ଦେଇଛନ୍ତି । ମହିଳାଙ୍କ ଅଭିଯୋଗ ଭିତିରେ ତଦନ୍ତ ଜାରି ରହିଛି । ଅନ୍ୟମାନଙ୍କୁ ଖୋଜୁଛି ପୋଲିସ ।