ନୟାଗଡ : ସୁନାଖଳା ମେଡିକାଲ ଛକରେ ଦୁର୍ବୃତ୍ତଙ୍କ ବୋମାମାଡରେ ଜଣେ ମୃତ

64

କନକ ବ୍ୟୁରୋ : ନୟାଗଡରେ ଗୁଳିମାଡ ପରେ ବୋମାମାଡ । ସୁନାଖଳା ମେଡିକାଲ ଛକରେ ଦୁର୍ବୃତ୍ତଙ୍କ ବୋମାମାଡରେ ଜଣଙ୍କର ମୃତ୍ୟୁ ହୋଇଛି । ଅଟୋ ଚାଳକଙ୍କ ଉପରେ ଗୁଳି ମାଡ କରିବା ପରେ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ । ଏଥିରେ ଅଟୋ ଚାଳକ ଟୁଲୁ ବାରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ଘର ବାଲୁଗାଁ ଅଂଚଳର ବୋଲି ଜଣାପଡିଛି । ୨ଟି ବାଇକରେ ୫ଜଣ ଦୁର୍ବୃତ୍ତ ଆସି ଗୁଳି ଚଳାଇବା ପରେ ବୋମାମାଡ କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।