ଭାପୁରର ଜାକଲାପଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ୨୭ ବଖରା ଘର

37

ନୟାଗଡ : ନୟାଗଡ ଭାପୁରର ଫତେଗଡ ଥାନା ଅନ୍ତର୍ଗତ ଜାକଲାପଲ୍ଲୀରେ ଭୟବହ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ୨୭ ବଖରା ଘର । ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଛେଳି ଜୀବନ୍ତ ଦଗ୍ଧ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପିତି ମଧ୍ୟ ପୋଡି ପାଉଁଶ ହୋଇଯାଇଛି ।

ଖବର ପାଇ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଛି ଭାପୁର ଅଗ୍ନିଶମ ବାହିନୀ । ତେବେ ନିଆଁକୁ ଆୟତ କରିବା ପୂର୍ବରୁ ସର୍ବସ୍ୱ ହରାଇଛନ୍ତି ୨୭ଟି ପରିବାର । ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ବିଦ୍ୟୁତ ସଟସର୍କଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।