ମହଙ୍ଗା ପଡିଲା ଡକାୟତି ! ବ୍ୟାଙ୍କ ଲୁଟିବାକୁ ଆସି ଚାଲିଗଲା ଜୀବନ . . ଦେଖନ୍ତୁ ଲାଇଭ୍ ଭିଜୁଆଲ୍

14

କନକ ବ୍ୟୁରୋ : ଡକାୟତଙ୍କୁ ମାଡର ଲାଇଭ ଭିଜୁଆଲ । ୩ଜଣ ଡକାୟତଙ୍କୁ ଗୁଡାଇ ତୁଡାଇ ପିଟିଛନ୍ତି ଉତ୍ୟକ୍ତ ଲୋକ । ଲୋକଙ୍କ ମାଡରେ ଦୁଇ ଡକାୟତଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତି କରାଯାଇଛି ।

ଗତକାଲି ରଣପୁର କସଣ୍ଡାରେ ଥିବା ଏକ କାନାରା ବ୍ୟାଙ୍କ ଶାଖାରେ ଏମାନେ ଡକାୟତି ଉଦ୍ୟମ କରିଥିଲେ । ଆଉ ଲୋକଙ୍କ ହାବୁଡରେ ପଡିବା ପରେ ଏଭଳି ରାଗ ଶୁଝାଇଛନ୍ତି ଲୋକେ । କାବୁ କରି ନିସ୍ତୁକ ମାଡ ମାରିଛନ୍ତି । ଏହି ଡକାୟତ ମାନଙ୍କ ନିକଟରୁ ଅଫୁଟା ବୋମା ଓ ୩ ଲକ୍ଷ ଟଙ୍କା ଜବତ ହୋଇଥିଲା ।

ତେବେ ଦୋଷୀଙ୍କୁ ଦଣ୍ଡ ଦେବାପାଇଁ ଆଇନ, କାନୁନ ଥିବାବେଳେ ଏଭଳି ନିର୍ଦ୍ଦୟ ଭାବରେ ପିଟିଛନ୍ତି ଲୋକେ । ଦୁଇ ଡକାୟତଙ୍କ ମୃତଦେହର ବ୍ୟବଚ୍ଛେଦ କରିଛି ପୋଲିସ । ସେପଟେ ଏହି ଘଟଣାରେ ଅଜଣା ଗାଁ ଲୋକଙ୍କ ବିରୋଧରେ ମାମଲା କରିଛି ।

ଦେଖନ୍ତୁ ଏହି ଭିଡିଓ :