ନୟାଗଡ ବରପାଲିରେ ସିରିଜ ଦୁର୍ଘଟଣା : ୨ ମୃତ, ୪ ଗୁରୁତର

23

vlcsnap-2016-08-25-10h09m25s822ନୟାଗଡ : ନୟାଗଡ ବରପାଲିରେ ସିରିଜ ଦୁର୍ଘଟଣାକୁ ନେଇ ଉତେଜନା ଦେଖାଦେଇଛି । ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ  ଓ ୭ ଦଫା ଦାବି ନେଇ ନୟାଗଡ଼-ଖଣ୍ଡପଡା ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଗତପାଲି ଖଣ୍ଡପଡ଼ାରୁ ନୟାଗଡ଼ ଆସୁଥିବା ଏଆରଏସଏସ କଂପାନିର ଏକ ହାଇୱା ବରପାଲି ଛକ ନିକଟରେ ୫ଟି ଦୋକନ ଉପରେ ଚଢିଯାଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।