ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା : ନୟାଗଡରୁ ୫ ଜଣ ଛାତ୍ରଛାତ୍ରୀ ରଖିଛନ୍ତି ୯୦ ଶତକଡାରୁ ଅଧିକ ମାର୍କ

19

କନକ ବ୍ୟୁରୋ : ଯୁକ୍ତ ଦୁଇ ବିଜ୍ଞାନରେ ଗତ ବର୍ଷ ସାରା ରାଜ୍ୟରେ ନମ୍ବର ୱାନ ଥିଲା ନୟାଗଡ ଜିଲ୍ଲା । ଆଉ ଚଳିତ ବର୍ଷ ପରୀକ୍ଷାରେ ୯୦ ଶତକଡାରୁ ଅଧିକ ମାର୍କ ରଖିଥିବା ରାଜ୍ୟର ୨୭ ଜଣଙ୍କ ଭିତରେ ଅଛନ୍ତି ନୟାଗଡରୁ ୫ ଜଣ ଛାତ୍ରଛାତ୍ରୀ । ଦଶପଲ୍ଲା ମହାବୀର ସାହିରେ ୩ ଜଣଙ୍କୁ ଏହି ସଫଳତା ମିଳିଥିବା ବେଳେ ଏହାକୁ ନେଇ ଗର୍ବିତ ପୁରା ଦଶପଲ୍ଲା । ସେପଟେ ଓଡିଶାର ୩ଟି କଲେଜ ମଧ୍ୟରୁ ଜିଲ୍ଲାର ଏକ କଲେଜରେ ୦ ଶତକଡା ରେଜଲ୍ଟ ପାଇଁ ମଧ୍ୟ ନିନ୍ଦିତ ହୋଇଛି ଦଶପଲ୍ଲା ।