ଗରିବ ଚାଷୀକୁ ଲକ୍ଷେ ଟଙ୍କା ଲାଞ୍ଚ ମାଗୁଥିଲେ ତହସିଲ୍ ଅଧିକାରୀ ! ଅଧିକାରୀଙ୍କ ଗାଡିରେ ନିଜ ମଇଁଷୀକୁ ବାନ୍ଧିଦେଲେ ଚାଷୀ,କହିଲେ ପାଖରେ ପଇସା ନାହିଁ ୟାକୁ ନେବ ଯଦି ନିଅ ।

153

କଥାରେ ଅଛି ଭୋକ ଯେତେ ଲାଗୁଥିବ ସେତିକି ପରିମାଣର ଖାଦ୍ୟ ଖାଇବା ଆବଶ୍ୟକ । ଆବଶ୍ୟକ ଠାରୁ ଅଧିକ ଖାଇଲେ ପେଟ ଖରାପ ହେବା ଛଡା ଆଉ କିଛି ବାଟ ନାହିଁ । ଠକ୍ ସେହିଭଳି ସହିବାର ବି ଗୋଟିଏ ସୀମା ଥାଏ ଏହି ସୀମା ଲଙ୍ଘିଲେ ଯେ କ’ଣ କ’ଣ ହୁଏ ତାହାର ଏକ ଦୃଷ୍ଟାନ୍ତ ଆଜି ଆମେ ଆପଣଙ୍କୁ କହିବୁ । ଜଣେ କୃଷକ ଲାଞ୍ଚ ମାଗିବା କାରଣରୁ ଏତେ ଅବସାଦରେ ଗଲେ ଯେ ତାହାର ଏଭଳି କିଛି ଉପାୟ ବାହାର କଲେ ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏହି କୃଷକଙ୍କ ଠାରୁ ଘୁସ୍ ନେଉଥିଲେ । ଘଟଣାଟି ମଧ୍ୟପ୍ରଦେଶ ଖଡଗପୁରର । ଅଭିଯୋଗ ରହିଛି କି ଏଠାକାର ତହସିଲଦାର ସୁନୀଲ ବର୍ମା ଏହି ଚାଷୀଙ୍କ ଜମିକୁ ଖାରଜ କରିବା ପାଇଁ ତାଙ୍କ ଠାରୁ ୧ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ ।

୫୦ ବର୍ଷୀୟ କୃଷକ ଲକ୍ଷ୍ମୀ ଯାଦବ ୧ ଲକ୍ଷ ଟଙ୍କା ଦେବା ପାଇଁ ଆର୍ଥୀକ ସ୍ତରରେ ସବଳ ନଥିଲେ । ତେଣୁ ବାରମ୍ବାର ଟଙ୍କା ମାଗୁଥିବା ଏହି ଘୁସ୍ ଖୋର ଅଫିସରଙ୍କ ଗାଡିରେ ସେ ତାଙ୍କ ମଇଁଷି ବାନ୍ଧି ଦେଇଥିଲେ ଏବଂ କହିଥିଲେ , ଟଙ୍କା ନାହିଁ ଯଦି ପାରୁଛନ୍ତି ଏହି ମଇଁଷି ନେଇଯାନ୍ତୁ । ଏହି ଘଟଣାକୁ ଦେଖି ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ ମଧ୍ୟ ଜମିବାରେ ଲାଗିଥିଲା । ଆପଣଙ୍କୁ କହିରଖୁଛୁ ଲକ୍ଷ୍ମୀ ଯାଦବ ପୂର୍ବରୁ ୫୦ ହଜାର ଟଙ୍କା ଉକ୍ତ ଅଧିକାରୀଙ୍କୁ ଦେଇଥିଲେ । କିନ୍ତୁ ସେ ବାରମ୍ବାର ପୁଣି ଟଙ୍କା ମାଗୁଥିଲେ ଯେଉଁଥିପାଇଁ ଗରିବ ଚାଷୀ ଜଣକ ଅବସାଦରେ ଥିଲେ ।

ମିଡିଆ ରିପୋର୍ଟ ଅନୁସାରେ ଟିକମଗଡ କଲେକ୍ଟର ସୌରଭ୍ କୁମାର ସୁମନ୍ ଏହି ଘଟଣାର ଜାଞ୍ଚ୍ କରିବା ପାଇଁ ଆଦେଶ ଦେଇଛନ୍ତି । ଯଦି ଘଟଣା ସତ ହୁଏ ତେବେ ଉକ୍ତ ଅଧିକାରୀଙ୍କ ଉପରେ ଶକ୍ତ ପଦକ୍ଷେପ ନିଆଯିବ ।