ଅକ୍ଷୟ ଓ ସାଇନାଙ୍କୁ ମାଓବାଦୀଙ୍କ ନିନ୍ଦା ! ସୁକମା ମାଓ ଆକ୍ରମଣରେ ସହୀଦ୍ ପରିବାରଙ୍କୁ ସହାୟତା ନେଇ କଲେ ସମାଲୋଚନା

28

ସିନେତାରକା ଅକ୍ଷୟ କୁମାର ଓ ଅନ୍ତର୍ଜାତୀୟ ବ୍ୟାଡମିଂଟନ ଖେଳାଳି ସାଇନା ନେହୱାଲଙ୍କୁ ମାଓବାଦୀଙ୍କ ନିନ୍ଦା । ଛତିଶଗଡ ସୁକମାରେ ମାଓବାଦୀ ଆକ୍ରମଣରେ ସହିଦ ପରିବାରକୁ ଏହି ତାରକାଙ୍କ ଆର୍ଥିକ ସହାୟତାକୁ ମାଓବାଦୀ ସଙ୍ଗଠନ ନିନ୍ଦା କରିଛନ୍ତି ।

ଏ ନେଇ ଦକ୍ଷିଣ ବସ୍ତରରେ ମାଓବାଦୀ ସଙ୍ଗଠନ ପକ୍ଷରୁ ପାମ୍ପଲେଟ ବଂଟାଯାଇଛି । ଏଥିରେ କୁହାଯାଇଛି ୟେ, ସେଲିବ୍ରିଟିମାନେ ସମାଜର ଦୁର୍ବଳ ଓ ନିଷ୍ପେସିତ ଲୋକଙ୍କ ସମର୍ଥନରେ ଠିଆ ହେବା ଦରକାର । ଏମାନେ ସବୁବେଳେ ଶୋଷଣର ଶୀକାର ହେଉଛନ୍ତି ।

ଆଦିବାସୀଙ୍କ କ୍ଷେତ୍ରରେ ମାନବିକ ଅଧିକାରର ଉଲ୍ଲଙ୍ଘନ ହେଉଛି । ରାଜନୈତିକ ନେତା ଓ ବଡ ବଡ ବହୁରଷ୍ଟ୍ରୀୟ କମ୍ପାନୀଙ୍କ ସ୍ୱାର୍ଥ ପାଇଁ ଆଦିବାସୀ ଅଂଚଳରେ ଯବାନଙ୍କୁ ମୁତୟନ କରାଯାଉଛି । ତେଣୁ ବିନା କାରଣରେ ଯବାନଙ୍କୁ ଅକ୍ଷୟ କୁମାର ଓ ସାଇନ ନେହୱାଲ ସମର୍ଥନ କରିବା ଉଚିତ ନୁହେଁ ବୋଲି ମାଓବାଦୀ କହିଛନ୍ତି ।