ମହାରାଷ୍ଟ୍ରରେ ମାଓବାଦୀଙ୍କ ଲଙ୍କାକାଣ୍ଡ : ୩୫ ଟ୍ରକ ଜାଳିଦେଲେ ୫୦୦ରୁ ଅଧିକ ସଶସ୍ତ୍ର ମାଓବାଦୀ

22

ମହାରାଷ୍ଟ୍ର : ମହାରାଷ୍ଟ୍ରରେ ମାତିଲେ ମାଓବାଦୀ । ୫୦୦ରୁ ଅଧିକ ମାଓବାଦୀ ଏକାଠି ହୋଇ ଲଙ୍କାକାଣ୍ଡ ଭିଆଇଛନ୍ତି । ଗୋଟେ କି ଦୁଇଟି ନୁହେଁ ୩୫ଟି ଟ୍ରକରେ ନିଆଁ ଲଗାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ମାଓବାଦୀ । ମହାରାଷ୍ଟ୍ରର ଗଢାଚରୋଲୀରେ ୫୦୦ରୁ ଉର୍ଦ୍ଧ ସଶସ୍ତ୍ର ମାଓବାଦୀ ଟ୍ରକ ଗୁଡିକୁ ପୋଡି ଦେଇଥିଲେ ।

ଟ୍ରକଗୁଡିକ ପୋଡି ପାଉଁଶ ହୋଇଯିବା ଫଳରେ ଲକ୍ଷ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି । ସ୍ଥାନୀୟ ଅଂଚଳରେ ଖଣି ଖନନକୁ ବିରୋଧ କରିଆସୁଛନ୍ତି ମାଓବାଦୀ । ଏହି ଅଂଚଳରେ ଖଣି ଠିକାଦାରଙ୍କ ଟ୍ରକ ଓ ଅନ୍ୟ ସରଂଜାମକୁ ପୋଡି ପକାଇବା ସହ କ୍ୟାମ୍ପ ଉପରେ ବାରମ୍ବାର ମାଓବାଦୀ ଟାର୍ଗେଟ କରୁଛନ୍ତି । ଆନ୍ଧ୍ର ଓ ମହାରାଷ୍ଟ୍ର ସୀମାରେ ଗଢାଚରୋଲୀ ଅଂଚଳ ରହିଥିବା ଯୋଗୁଁ ଏଠାରେ ମାଓବାଦୀଙ୍କ ଗତିବିଧି ଅଧିକ ସକ୍ରିୟ ରହିଛି ।