ଛତିଶଗଡରେ ନକ୍ସଲ ବିରୋଧୀ ଅଭିଯାନରେ ବଡ ସଫଳତା : ୧ କୋଟି ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ

107

ଛତିଶଗଡରେ ନକ୍ସଲଙ୍କ ବିରୋଧରେ ଥିବା ଅଭିଯାନରେ ବଡ ସଫଳତା ମିଳିଛି । ୧ କୋଟି ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ନକ୍ସଲ ଦମ୍ପତି ସୁଧାକରଣ ଓ ତାଙ୍କ ପତ୍ନୀ ନିଲିମା ଆତ୍ମସମର୍ପଣ କରିଛନ୍ତି । ଏହି ସରେଣ୍ଡରକୁ ନକ୍ସଲ ସଙ୍ଗଠନ ପାଇଁ ବଡ ଝଟକା କୁହାଯାଉଛି । ପୁଲିସ ଅନୁସାରେ, ସୁଧାକରଣଙ୍କ ଉପରେ ୧ କୋଟି ଓ ତାଙ୍କ ପତ୍ନୀଙ୍କ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଉଭୟେ ତେଲେଙ୍ଗାନା ପୁଲିସର ସମକ୍ଷରେ ଆତ୍ମସମର୍ପଣ କରିଛନ୍ତି ।

କିନ୍ତୁ ତେଲେଙ୍ଗାନା ପୁଲିସ ଏହି ବିଷୟରେ ଔପଚାରିକ ଘୋଷଣା କରିନି । କିନ୍ତୁ ଝାରଖଣ୍ଡ ପୁଲିସ ସୂତ୍ରରୁ ଜଣାପଡିଛି କି, ଉଭୟେ କ୍ୟାଡର ନକ୍ସଲ ଦମ୍ପତି କିଛି ଦିନରେ ତେଲେଙ୍ଗାନା ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ।

ମାଓବାଦୀ ସେଂଟ୍ରାଲ କମିଟିର ସଦସ୍ୟ ସୁଧାକରଣକୁ ଓଗୁ, ସତବାଜି, ବୁରୟାର, ସୁଧାକର ଓ କିରଣ ସହିତ ଅନ୍ୟ କିଛି ଛଦ୍ମ ନାମ ଦ୍ୱାରା ଜଣାଯାଏ । ଝାରଖଣ୍ଡରେ ଏହି ନକ୍ସଲମାନେ କେନ୍ଦୁପତ୍ର ବ୍ୟାପାରୀ ଓ ଠିକାଦାରଙ୍କ ଠାରୁ ଟଙ୍କା ବସୁଲ କରି ବହୁତ ସମ୍ପତି ରଖିଛନ୍ତି ଓ ନିଜ ସାଙ୍ଗ ସତ୍ୟନାରାୟଣ ଜରିଆରେ ଏହି ଟଙ୍କାକୁ ବ୍ୟବସାୟରେ ଲଗାନ୍ତି । ନକ୍ସଲ ନେତା ଅରବିନ୍ଦଙ୍କ ମୃତ୍ୟୁ ପରେ ଝାରଖଣ୍ଡ ଓ ଛଗରେ ଏମାନଙ୍କ ନେତୃତ୍ୱରେ ନକ୍ସଲ ସଙ୍ଗଠନ କାମ କରୁଥିଲେ ।