କନକ ବ୍ୟୁରୋ : ୨୦୨୦ ସୁଦ୍ଧା ପୂରା ଦେଶରୁ ନିପାତ ହେବେ ମାଓବାଦୀ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ୨୦୨୦ ସୁଦ୍ଧା ମାଓ ସମସ୍ୟାର ଅନ୍ତ ଘଟାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୨୦୧୭ରେ ଦେଶରେ ୮୫୧ଟି ମାଓ ହିଂସା ଘଟଣା ଘଟିଥିଲା ଏବଂ ଏଥିରେ ୨୨୫ ଜଣ ଲୋକଙ୍କୁ ମୃତ୍ୟୁ ଘଟିଥିଲା। ୨୦୧୭ରେ ଡିସେମ୍ବର ୧୫ ସୁଦ୍ଧା ୭୫ ଜଣ ଯବାନ ମାଓ ହିଂସାରେ ପ୍ରାଣ ହରାଇଥିବା ନୀତି ଆୟୋଗ ନିକଟରେ ଉପସ୍ଥାପନ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ସେହିଭଳି ୨୦୧୭, ଡିସେମ୍ବର ୧୫ ସୁଦ୍ଧା ୬୬୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୨୦ ସୁଦ୍ଧା ଦେଶରୁ ମାଓ ସମସ୍ୟାର ମୂଳୋତ୍ପାଟନ ପାଇଁ ଏବେ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଚତୁର ନେତୃତ୍ୱ, ଆକ୍ମଣାତ୍ମକ ନୀତି, ପ୍ରେରଣା ଓ ପ୍ରଶିକ୍ଷଣ, ସକ୍ରିୟ ଗୁଇନ୍ଦା ତଥ୍ୟ ଓ ପ୍ରଯୁକ୍ତି ବିଦ୍ୟାର ସୁବିନିଯୋଗରେ ମାଓ ହିଂସା ଶେଷ କରବାକୁ ଯୋଜନା ହୋଇଛି ।