ବେଗୁନିଆ ବଜାରରେ ବୁଲୁଥିଲା ମାଓବାଦୀ ! ସାଧାରଣ ଲୋକ କାବୁ କଲେ ଆଉ ପରେ ପୋଲିସକୁ ଜିମା ଦେଲେ

ଗୋଜମୁଣ୍ଡିଆ ପାହାଡ଼ରେ ମାଓବାଦୀମାନେ ଆଡ଼ା ଜମାଇଛନ୍ତି

253

କନକ ବ୍ୟୁରୋ : ବେଗୁନିଆ ଥାନା ଅନ୍ତର୍ଗତ ଦେଉଳୀ ଗ୍ରାମ ନିକଟ ଗୋଜମୁଣ୍ଡିଆ ପାହାଡ଼ରେ ମାଓବାଦୀମାନେ ଆଡ଼ା ଜମାଇଛନ୍ତି। ସେମାନେ ଦୀର୍ଘ ଦୁଇ ମାସ ହେଲା ଏଠାରେ ଚଳପ୍ରଚଳ କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏମିତି ଚର୍ଚ୍ଚା ଚାଲିଥିଲା। ଠିକ୍ ଏମିତି ଏକ ସମୟରେ ସ୍ଥାନୀୟ ଲୋକ ଆଜି ଜଣେ ଯୁବକକୁ କାବୁ କରି ପୁଲିସକୁ ଦେଇଛନ୍ତି ।

 

ସେ ନିଜକୁ ମାଓବାଦୀଙ୍କ ସହଯୋଗୀ ବୋଲି ମାନିଛି। ସେମାନଙ୍କ ପାଇଁ ବିଭିନ୍ନ ତେଜରାତି ସାମଗ୍ରୀ ଯୋଗାଇବା ସହ ରୋଷେଇ କରୁଥିଲା ବୋଲି ପୁଲିସକୁ କହିଛି। ଏହି ଘଟଣା ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି ।। ଅନ୍ୟପକ୍ଷରେ ପୁଲିସ କିନ୍ତୁ କହିଛି ଯେ ସଂପୃକ୍ତ ଯୁବକର ବୟାନରୁ ଜଣାପଡୁଛି ଯେ ତାର ମାନସିକ ସ୍ଥିତି ଠିକ୍ ନାହିଁ। ତା ସତ୍ତ୍ବେ ତାକୁ ଅଟକ ରଖି ପଚରାଉଚରା ଜାରି ରହିଛି।