ପୁଣି ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ । ଆଂଟି ଲ୍ୟାଣ୍ଡମାଇନ୍ ଗାଡ଼ିକୁ ଟାର୍ଗେଟ୍, ୬ ଯବାନ ଗୁରୁତର

ନିର୍ବାଚନ ସାରି ଅନ୍ୟତ୍ର ସ୍ଥାନାନ୍ତର ହେଉଥିଲେ ଯାତ୍ରୀ

112

କନକ ବ୍ୟୁରୋ: ଛତିଶଗଡ଼ରେ ପୁଣି ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ । ଯବାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍କୁ ଟାର୍ଗେଟ୍ କରି ବିସ୍ପୋରଣ କରିଛି ଲାଲ୍ ବାହିନୀ । ଏହି ବିସ୍ଫୋରଣରେ ୬ ଯବାନ ଗୁରୁତର ଆହତ ହୋଇଛନ୍ତି । ବିଜାପୁର ମହାଦେବ ଘାଟି ନିକଟରେ ଏହି ବିସ୍ଫୋରଣ ଘଟିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସାରି ଯବାନମାନେ ଅନ୍ୟତ୍ର ସ୍ଥାନାନ୍ତର ହେଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି ।

ଆଜି ସକାଳ ପ୍ରାୟ ୯ଟା ବେଳେ ୪୧୪ର ଆଡ୍‌ହକ୍‌ ବାଟାଲିୟାନ୍‌ର ବିଏସ୍‌ଏଫ୍‌ ଟ୍ରୁପ୍‌ଙ୍କୁ ନେଇ ବିଜାପୁର ଠାରୁ ୭ କିଲୋମିଟର୍‌ ଦୂର ଭୋପାଳପଟନମ୍‌ ଆଡ଼କୁ ଏକ ଟ୍ରକ୍‌ ବିଜାପୁର ଘାଟିରେ ଯାଉଥିବା ସମୟରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ଘଟି ଥିଲା। ଚିକିତ୍ସା କରାଇବା ନିମନ୍ତେ ସମସ୍ତ ଆହତଙ୍କୁ ବିଜାପୁର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି। ପ୍ରାଥମିକ ଖବରରୁ ଜଣା ପଡ଼ିଛି ସମସ୍ତ ଆହତ ବିପଦମୁକ୍ତ ଅଛନ୍ତି। ଯଦି ଆବଶ୍ୟକ ପଡ଼େ ଏୟାର୍‌ ଆମ୍ବୁଲାନ୍‌ସ୍‌ ଯୋଗେ ସେମାନଙ୍କୁ ରାୟପୁର ନିଆଯିବ। ବିସ୍ଫୋରଣ ସମୟରେ ନିର୍ବାଚନ ଦାୟିତ୍ୱରେ ଥିବା କୌଣସି ଅଧିକାରୀ ସେଠାରେ ନ ଥିଲେ।