ନୱାଜୁଦ୍ଦିନଙ୍କୁ ପ୍ରଶଂସା

40

nawazuddinକାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଶଂସା ସାଉଁଟିଛନ୍ତି ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି । ଫିଲ୍ମ ଫେଷ୍ଟିଭାଲରେ ରମନ ରାଘବ ୨.୯ ପ୍ରଦର୍ଶିତ ହେବା ପରେ ନୱାଜୁଦ୍ଦିନଙ୍କ ଅଭିନୟକୁ ମିଳିଛି ଭୂୟସୀ ପ୍ରଶଂସା । ଏହି ସାଇକୋଲୋଜିକାଲ ଥ୍ରୀଲର ଫିଲ୍ମରେ ଜଣେ ସିରିୟଲ କିଲର ଭୂମିକାରେ ଅଭିନୟ କରିଛନ୍ତି ନୱାଜୁଦ୍ଦିନ । ରମନରାଘବର ରିଲିଜ ହୋଇଥିବା ଟ୍ରେଲରକୁ ଭାରତୀୟ ଦର୍ଶକ ବି କାଫି hqdefaultପସନ୍ଦ କରିଛନ୍ତି । ଫିଲ୍ମ ସମୀକ୍ଷକଙ୍କ ମତରେ, ରମନ ରାଘବ ନୱାଜୁଦ୍ଦିନଙ୍କ ଫିଲ୍ମ କ୍ୟାରିୟର ପାଇଁ ଟର୍ଣ୍ଣି ପଏଟଂ ସାବ୍ୟସ୍ତ ହୋଇପାରେ । ୬୦ ଦଶକରେ ମୁମ୍ବାଇରେ ଆତଙ୍କ ମଚାଇଥିବା ସିରିୟଲ କିଲର ରମନ ରାଘବଙ୍କ ଜୀବନକୁ ନେଇ ପର୍ଯ୍ୟବେସିତ ହୋଇଛି ଏହି ସାଇକୋଲୋଜିକାଲ ଥ୍ରୀଲର ଫିଲ୍ମ  ।