ପାକିସ୍ତାନ ନିର୍ବାଚନ ଫଳାଫଳ ପରେ ଆସିଲା ନୱାଜ ସରିଫଙ୍କ ପ୍ରଥମ ପ୍ରତିକ୍ରିୟା : କହିଲେ, ଚୋରି କରାଯାଇଛି ଜନମତ, ଏହା କଳଙ୍କିତ ଓ ସନ୍ଦେହଜନକ

26

କନକ ବ୍ୟୁରୋ : ପାକିସ୍ତାନ ନିର୍ବାଚନ ଫଳାଫଳ ଆସିବା ପରେ ଆଜି ପ୍ରଥମ ଥର ପାଇଁ ପଦାକୁ ଆସିଛି ଜେଲ ଦଣ୍ଡ ଭୋଗୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ପ୍ରତିକ୍ରିୟା । ସେ କହିଛନ୍ତି ଏହି ନିର୍ବାଚନରେ ଭୋଟରଙ୍କ ମତଦାନକୁ ଚୋରି କରାଯାଇଛି । ଚେତାବନୀ ଦେଇ କହିଛନ୍ତିି ଯେଉଁ ନିର୍ବାଚନ ଫଳାଫଳ ଆସିଛି ତାହା କଳଙ୍କିତ ଓ ସନ୍ଦେହଜନକ । ଏହା ଦେଶର ରାଜନୀତି ଉପରେ ଖରାପ ପ୍ରଭାବ ପକାଇବ । ଫୈସଲାବାଦ୍, ଲାହୋର ଓ ରାଓଲପିଣ୍ଡିରେ ଦଳ ଦୃଢ଼ ସ୍ଥିତିରେ ଥିଲେ ତାଙ୍କ ସମର୍ଥିତ ପ୍ରାର୍ଥୀମାନେ ପରାଜୟ ଘୋଷଣା କରାଯାଇଛି ।

ପାକିସ୍ତାନ ନିର୍ବାଚନରେ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କ ପାର୍ଟି ତେହେରିକ ଏ ଇନସାଫ । ପ୍ରଥମ ଥର ପାଇଁ ପାରମ୍ପରିକ ଇସଲାମିକ ପାର୍ଟିଗୁଡିକୁ ପ୍ରତ୍ୟାଖାନ କରି ଇମ୍ରାନଙ୍କ ଦଳ ଉପରେ ଆସ୍ଥା ପ୍ରକଟ କରିଛନ୍ତି ପାକିସ୍ତାନବାସୀ । ମୋଟ ୨୭୨ ଆସନରୁ ସର୍ବାଧିକ ୧୨୨ଟିରେ ଜିତି ସଂଖ୍ୟା ଗରିଷ୍ଠ ଦଳର ନେତା ଭାବେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଇମ୍ରାନ ଖାନ । ଆଉ ଦେଶର ଭାବି ପ୍ରଧାନମନ୍ତ୍ରୀ ଭାବେ ସାମ୍ବାଦିକ ସମ୍ମିଳନୀ କରି ତାଙ୍କର ଆଭିମୁଖ୍ୟ ରଖିଛନ୍ତି ।