ଖଟ, ଚଉକି, ଲଣ୍ଠନ ଏବଂ କ୍ୟାଟେଲ୍ : ଜେଲରେ ନୱାଜ୍ ସରିଫ୍ ଏବଂ ଝିଅ ମରିୟମଙ୍କୁ ମିଳିବ ଏହି ସୁବିଧା ।

48

ପାନାମା ପେପରରେ ଜଡିତ ଥିବା ଭ୍ରଷ୍ଟାଚାରରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍ ଏବଂ ଝିଅ ମରିୟମକୁ ଗିରଫ କରାଯାଇଛି । ଦୁହିଁଙ୍କୁ ଶୁକ୍ରବାର ଲଣ୍ଡନରୁ ପାକିସ୍ତାନ ଆସିବା ବାଟରେ ହିଁ ଗିରଫ କରାଯାଇଥିଲା । ଦୁହିଁଙ୍କୁ ରାୱଲପାଣ୍ଡି ଅଦିୟାଲା ସେଣ୍ଟ୍ରାଲ୍ ଜେଲରେ ରଖାଯାଇଥିଲା । ଯେଉଁଠାରେ ବାପ,ଝିଅଙ୍କୁ ବି କ୍ଲାସ୍ ସୁବିଧା ଯୋଗାଇ ଦିଆଯିବ ।

ତେବେ ପାନାମା ପେପର୍ସ ଲିକ ମାମଲାରେ ୬୮ବର୍ଷୀୟ ସରିଫଙ୍କୁ ପାକିସ୍ତାନୀ ଆକାଉଂଟିବିଲିଟି କୋର୍ଟ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ପାନାମା ଦୁର୍ନୀତି ଅଭିଯୋଗ ସହ ଲଣ୍ଡନରେ ୪ଟି ଫ୍ଲାଟ କିଣାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଝିଅ ମରିୟମଙ୍କୁ ମଧ୍ୟ ୭ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ତେବେ ଏହି କ୍ଷେତ୍ରରେ ନୱାଜଙ୍କ ପୁଅ ଉକ୍ତ ସ୍ଥାନରୁ ପଳାୟନ କରିବାରେ ସଫଳ ହୋଇଛନ୍ତି ।

ବାପ-ଝିଅଙ୍କୁ ଜେଲରେ ମିଳିବ ଏହି ସୁବିଧା :

୧. ନୱାଜ୍ ସରିଫ୍ ଏବଂ ଝିଅ ମରିୟମକୁ ଅଦିୟାଲା ସେଣ୍ଟ୍ରାଲ୍ ଜେଲର ଭିନ୍ନ ଭିନ୍ନ ସେଲରେ ରଖାଯିବ । ଦୁହିଁଙ୍କ ଶୋଇବା ପାଇଁ ଗୋଟିଏ ଗୋଟିଏ ଖଟ,ଗଦି ଏବଂ କମ୍ବଳ ଦିଆଯିବ ।

୨. ଦୁହିଁଙ୍କୁ ପ୍ରତିଦିନ ପଢିବା ପାଇଁ ବହି ଏବଂ ଉର୍ଦ୍ଦୁ,ଇଂରାଜି ଖବରକାଗଜ ଦିଆଯିବ ।

୩. ଦୁହିଁଙ୍କୁ ୨୧ ଇଞ୍ଚ ଟି.ଭି.,ଗୋଟିଏ ଟେବୁଲ ଏବଂ ଚଉକି ମିଳିବ ।

୪. ଘର ପୋଷାକ ବ୍ୟବହାର କରିବାକୁ ସୁବିଧା ଦିଆଯିବ ।

୫. ଦୁହିଁଙ୍କ ଇଚ୍ଛା ମୁତାବକ ଘର କିମ୍ବା ଜେଲର ଖାଇବା ଦିଆଯିବ ।

୬. କାଠ ଆଲମାରୀ,କ୍ୟାଟିଲ ଏବଂ ଲଣ୍ଠନ ମଧ୍ୟ ଦିଆଯିବ ।

୭. ସ୍ନାନ ପାଇଁ ସାନିଟାରୀ ସାମଗ୍ରୀ ମଧ୍ୟ ଉପଲବ୍ଧ ରହିବ ।