ଜନ୍ମଦିନରେ ନବ୍ୟାଙ୍କ ବିନ୍ଦାସ ଅନ୍ଦାଜ ! ସାଙ୍ଗଙ୍କ ସହିତ ମନାଇଲେ ଜନ୍ମଦିନର ଖୁସି

30

navyabday2ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀ ନନ୍ଦା ନିଜର ଗ୍ଲାମରସ ଫଟୋ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ନିକଟରେ ସେ ତାଙ୍କ ୧୯ ତମ ଜନ୍ମ ଦିବସ ପାଳନ କରିଛନ୍ତି । ନବ୍ୟା ତାଙ୍କ ଜନ୍ମ ଦିବସ ଅବସରରେ ସାଙ୍ଗ ମାନଙ୍କ ସହ ଖୁବ ଧୁମଧାମରେ ପାର୍ଟି ଉପଭୋଗ କରିଛନ୍ତି । ଉକ୍ତ ପାର୍ଟିରେ ତାଙ୍କ ବିନ୍ଦାସ ଲୁକ ଦେଖିବାକୁ ମିଳିଥିଲା । “ଦୈନିକ ଜାଗରଣ’ରେ ନବ୍ୟାଙ୍କ ଜନ୍ମଦିନ ପାର୍ଟି ସମ୍ବନ୍ଧରେ ଏକ ଖବର ପ୍ରକାଶ ପାଇଛି ।

ନବ୍ୟା ତାଙ୍କ ଜନ୍ମଦିନ ପାର୍ଟିରେ ଏକ ସୁନେଲୀ ରଙ୍ଗର ସର୍ଟ ଡ୍ରେସ ପିନ୍ଧିଥିଲେ । ନବ୍ୟା ତାଙ୍କ ପରିବାରର ବହୁତ ଗେହ୍ଲୀ ଝିଅ । ନିକଟରେ ସେ ଗ୍ରାଜୁଏସନ ପାଶ କରିଛନ୍ତି । ଏହାସହ ତାଙ୍କ ପ୍ରସଂଶକ ଏଇ ଆଶାରେ ବସିଛନ୍ତି କେବେ ସେ ବଲିଉଡରେ ପ୍ରବେଶ କରିବେ । ଏପର୍ଯ୍ୟନ୍ତ ନବ୍ୟା କିମ୍ବା ବଚ୍ଚନ ପରିବାର ତରଫରୁ ବଲିଉଡରେ ନବ୍ୟାଙ୍କ ପ୍ରବେଶ ନେଇ କୈାଣସି ସଙ୍କେତ ଦେଇ ନାହାନ୍ତି ।