ଯୁଦ୍ଧ ବିମାନ ତେଜସର ବ୍ୟବହାର ପାଇଁ ଅଗ୍ରାହ୍ୟ କଲା ନୌସେନା: ଅତ୍ୟଧିକ ଓଜନ ଯୋଗୁଁ ପରିଚାଳନାରେ ଅସୁବିଧା ହେଉଥିବା ନୌସେନା କହିଛି

36

କନକ ବ୍ୟୁରୋ : ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସର ବ୍ୟବହାର ପାଇଁ ଅଗ୍ରାହ୍ୟ କଲା ନୌସେନା । ଅତ୍ୟଧିକ ଓଜନ ଯୋଗୁଁ ତେଜସର ପରିଚାଳନାରେ ଅସୁବିଧା ହେଉଥିବା ନୌସେନା କହିଛି । ଆଗାମୀ ୫ରୁ ୬ବର୍ଷ ମଧ୍ୟରେ ତେଜସର ବିକଳ୍ପ ବ୍ୟବସ୍ଥା ପାଇଁ ପ୍ରୟାସ ଆରମ୍ଭ କରାଯିବ ।

ନୌସେନାର ଆବଶ୍ୟକତା ତେଜସ ପୂରଣ କରିପାରୁନଥିବା ନୌସେନା ମୁଖ୍ୟ ଏଡମିରଲ ସୁନୀଲ ଲାମ୍ବା କହିଛନ୍ତି । କିନ୍ତୁ ଡିଆରଡିଓ, ହାଲ୍ ଓ ଏରୋନେଟିକାଲ ଡେଭଲପମେଂଟ ଏଜେନ୍ସିକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ ନୌସେନା । ଏୟାରକ୍ରାଫ୍ଟ କ୍ୟାରିଅର ଡ୍ୟାକରୁ ଇନ୍ଧନ ଭର୍ତି ତେଜସରେ ଅସ୍ତ୍ରଶସ୍ତ୍ର ବହନ କରି ଉଡାଣ ଭରିବାରେ ସମସ୍ୟା ଉପୁଜୁଥିବା ନୌସେନା ପକ୍ଷରୁ କୁହାଯାଇଛି । ଋଷିଆରୁ କିଣା ଯାଇଥିବା ୪୫ଟି ‘ମିଗ୍-୨୯କେ’ ଯୁଦ୍ଧ ବିମାନ ମଧ୍ୟରୁ ୩୦ଟି ଯୁଦ୍ଧ ବିମାନକୁ ନୌସେନାରେ ସାମିଲ କରାଯାଇଛି  ।