ଆସୁଛନ୍ତି ଜଗତଜନନୀ ମା’ ଦୁର୍ଗା : ଆରମ୍ଭ ହୋଇଛି ନବରାତ୍ରୀ ପୂଜା

222

କନକ ବ୍ୟୁରୋ : ଆସୁଛନ୍ତି ଜଗତଜନନୀ ମା’ ଦୁର୍ଗା । ପୀଠରେ ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା । ଗତକାଲି କଟକର ଅଧିଷ୍ଠାତ୍ରୀ ମା’ କଟକ ଚଣ୍ଡୀ ହରଚଣ୍ଡୀ ବେଶରେ ପୂଜା ପାଇଛନ୍ତି । ସେହିପରି ଅନ୍ୟତମ ପୂଜାପୀଠ କଟକ ଗଡଚଣ୍ଡୀ ମନ୍ଦିରରେ ମଧ୍ୟ ଦେବୀ ଗଡଚଣ୍ଡୀ କାଳୀ ବେଶରେ ପୂଜା ପାଇଛନ୍ତି । ନବରାତ୍ର ପୂଜା ଆରମ୍ଭ ହୋଇଥିବାରୁ କଟକ ସହରର ବିଭିନ୍ନ ଦେବୀ ପୀଠରେ ଗହଳି ମଧ୍ୟ ବଢିବାରେ ଲାଗିଛି ।