ପ୍ରେମଦିବସକୁ ନେଇ ଏଭଳି ଚର୍ଚ୍ଚା କଲେ ଲିଟଫେଷ୍ଟ ସଦସ୍ୟ ! ଶତ୍ରୁଦେଶକୁ ଉପରକୁ ଉଠାଇ ଭାରତକୁ ତଳେ ପକାଇଲେ ଏହି ରାଜନେତା ।

59

ପାକିସ୍ତାନ ସେନାପ୍ରମୁଖଙ୍କୁ ଆଲିଙ୍ଗନ କରିବାକୁ ନେଇ ପୂର୍ବରୁ ବିବାଦକୁ ଆସିଥିବା ପୂର୍ବ କ୍ରିକେଟର ତଥା ପଞ୍ଜାବ ସରକାରଙ୍କ ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁଙ୍କ ପାକିସ୍ତାନ ମୋହ ଆହୁରି ତୁଟିନି । ପୁନର୍ବାର ଏଭଳି ଏକ ବୟାନ ଦେଇ ସିଦ୍ଧୁ ପୁଣିଥରେ ବିବାଦ ଘେରକୁ ଚାଲିଆସିଛନ୍ତି । ଲିଟଫେଷ୍ଟର ଏକ ଚର୍ଚ୍ଚାରେ ସେ କହିଥିଲେ ଯେ ଦକ୍ଷିଣ ଭାରତ ତୁଳନାରେ ପାକିସ୍ତାନ ବହୁ ଗୁଣରେ ଭଲ । ସିଦ୍ଧୁ କହିଥିଲେ ଯେ,ପାକିସ୍ତାନରେ ନା ହିଁ ଭାଷା ବଦଳେ ନା ଲୋକ ବଦଳନ୍ତି । ଯେବେକି ଦକ୍ଷିଣ ଭାରତରେ ଭାଷା ସମେତ ଖାଦ୍ୟପେୟର ମଧ୍ୟ ସବୁକିଛି ବଦଳିଯାଏ । ଆପଣଙ୍କୁ ଦକ୍ଷିଣ ଭାରତରେ ରହିବାକୁ ହେଲେ ତେଲୁଗୁ କିମ୍ବା ଇଂରାଜୀ ଶିଖିବାକୁ ପଡିବ କିନ୍ତୁ ପାକିସ୍ତାନରେ ଏହା ଜରୁରୀ ନୁହଁ । ପାକିସ୍ତାନ ଗସ୍ତ ସମୟରେ ପାକ୍ ସେନା ପ୍ରମୁଖଙ୍କୁ ଆଲିଙ୍ଗନ କରିବା ଘଟଣାକୁ ନେଇ ସେ କହିଥିଲେ ଏହା ରାଫେଲ୍ ଡିଲ୍ ଭଳି ପୂର୍ବରୁ ନିୟୋଜିତ ନଥିଲା । ଅଚାନକ ଏଭଳି ଏକ ସଂଯୋଗ ଘଟିଗଲା । କଥାବାର୍ତ୍ତା କରିବା ସମୟରେ ସେନାପ୍ରମୁଖ ଶିଖଙ୍କ ତୀର୍ଥସ୍ଥଳ କରତାରପୁର ସାହିବ୍ କରିଡୋରକୁ ଖୋଲିବା ପାଇଁ କହିଥିଲେ । ଏହାପରେ ସେ ନିଜକୁ ରୋକିନପାରି ଆଲିଙ୍ଗନ କରିଥିଲେ ।

ଶିଖ୍ ମାନଙ୍କ ପାଇଁ ଏହି କରିଡୋର୍ ଖୋଲିବା ଏକ ସ୍ୱପ୍ନରୁ କିଛି କମ୍ ନୁହେଁ । ତେବେ ନବଜୋତ୍ ସିଂହ ସିଦ୍ଧୁ ପ୍ରଥମେ ସରକାରଙ୍କୁ କଟାକ୍ଷ କରି କହିଥିଲେ ,

“ ସରକାର ଜୀବନସାରା ଏହି ଭୁଲ୍ କରିଚାଲୁଛି ,
ଧୂଳି ଚେହେରାରେ ଅଛି କିନ୍ତୁ ଆଇନା ସଫା କରିଚାଲିଛି । ”

କେବଳ ଏତିକି ନୁହଁ ସିଦ୍ଧୁ ମୋଦି ସରକାରଙ୍କ କାଶ୍ମୀର ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ କାଶ୍ମୀରରେ ଆତଙ୍କବାଦୀଙ୍କ ମାରିବା ସଂଖ୍ୟା ତ ବଢୁଛି କିନ୍ତୁ ଏହାକୁ ମୂଳତ୍ପାଟୋନ କରାଯାଇପାରୁନାହିଁ । ଏବେ ପର୍ଯ୍ୟନ୍ତ ୨୦୦ ରୁ ଅଧିକ ଆତଙ୍କବାଦୀ ମରିଥିବା ବେଳେ ମଧ୍ୟ ଆତଙ୍କବାଦକୁ ସରକାର ଶେଷ କରିବା ପାଇଁ କୌଣସି ପଦକ୍ଷେପ ନେଇ ପାରୁନାହାନ୍ତିଁ । ଯାହାର ଫଳାଫଳ ଭାରତୀୟ ସେନାଙ୍କୁ ଭୋଗିବାକୁ ପଡୁଛି ।

 

ଭାଲେଣ୍ଟାଇନ୍ ଡେ’କୁ କାମାସୂତ୍ର ଦିବସ ରୂପେ ପାଳନ କରିବା ପାଇଁ ଚର୍ଚ୍ଚା :

ଲିଟଫେଷ୍ଟର ପୂର୍ବଦିନରେ ହିଁ କାମସୂତ୍ରକୁ ନେଇ ଖୋଲାଖୋଲି ଭାବରେ ଚର୍ଚ୍ଚା ଜୋର ଧରିଥିଲା । ଲେଖକ ଗୁରୁଚରଣ ଦାସଙ୍କ ପୁସ୍ତକ ‘ଦ ରିଡଲ୍ ଅଫ୍ ଡିଜାୟାର’ ରେ ତାଙ୍କ ସହ ସୀମା ଆନନ୍ଦ ମଧ୍ୟ ଚର୍ଚ୍ଚା କରିଥିଲେ । ଏଥିରେ କାମସୂତ୍ରକୁ ଜୀବନର ଏକ ଆଚରଣ କୁହାଯାଇଥିଲା । ତେବେ ଏହି ପୁସ୍ତକରେ ଏଥିପାଇଁ ସଚେତନତା ଦିଆଯାଇଛି । କଥାବାର୍ତ୍ତା ସମୟରେ ପ୍ରେମ ଦିବସ ବା ଭାଲେଣ୍ଟାଇନ୍ ଡେ’କୁ କାମାସୂତ୍ର ଦିବସ ରୁପେ ପାଳନ କରିବାକୁ ମଧ୍ୟ କୁହାଯାଇଥିଲା ।