କଂଗ୍ରେସରେ ମିଶିଲେ ନଭଜ୍ୟୋତ ସିଂ ସିଦ୍ଧୁ : ଅମୃତସର ଇଷ୍ଟରୁ ଲଢିପାରନ୍ତି ନିର୍ବାଚନ

31

କନକ ବ୍ୟୁରୋ : କଂଗ୍ରେସରେ ଯୋଗ ଦେଲେ ସିଦ୍ଧୁ । ଦଳର ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ନେତା ନଭଜ୍ୟୋତ ସିଂ ସିଦ୍ଧୁ । ଗତ କିଛି ଦିନ ତଳେ ବିଜେପି ଛାଡିଥିବା ସିଦ୍ଧୁ କେଉଁ ଦଳରେ ଯୋଗ ଦେବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଏପରିକି ସେ ନିଜେ ଏକ ଦଳ ଗଢିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ କଂଗ୍ରେସରେ ସିଦ୍ଧୁଙ୍କ ସାମିଲ ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହାକୁ ଖୋଲାଖୋଲି କିଛି କହୁ ନଥିଲେ ସିଦ୍ଧୁ ।

କିନ୍ତୁ ଆଜି ରାହୁଲଙ୍କ ସହ ଆଲୋଚନା କରିବା ପରେ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ଅମୃତସର ଇଷ୍ଟରୁ ସିଦ୍ଧୁ ନିର୍ବାଚନ ଲଢିବା ସଂଭାବନା ରହିଛି । ସିଦ୍ଧୁ କଂଗ୍ରେସରେ ସାମିଲ ହେବା ପରେ ପଞ୍ଜାବରେ ଦଳକୁ ଫାଇଦା ମିଳିବ ବୋଲି ଚର୍ଚ୍ଚା ହେଉଛି ।