କପିଲଙ୍କ ପାଇଁ ନୂଆ ସମସ୍ୟା ! ଏବେ ସୋ’ରୁ ସିଦ୍ଧୁ ହେଲେ ଗାୟବ

31

ସୁନୀଲ ଗ୍ରୋଭରଙ୍କ ସହ ଝଗଡା ପରେ କପିଲ ଶର୍ମାଙ୍କ ସୋ’ ଟିଆରପି ରେସରେ ବହୁତ ପଛରେ ପଡିଯାଇଛି । ସେପଟେ ଏହି ସୋ’ର ପୁରୁଣା କଳାକାର ମାନେ ମଧ୍ୟ ଆସ୍ତେ ଆସ୍ତେ ସୋ ଛାଡି ଦେଇଛନ୍ତି । ଏବେ ଖବର ଅନୁସାରେ ସୋ’ରେ ନବଜ୍ୟୋତ ସିଂ ସିଦ୍ଧୁ ମଧ୍ୟ ମଝିରେ ମଝିରେ ଅନୁପସ୍ଥିତ ରହୁଛନ୍ତି ।

ସ୍ପଟବୟର ସୂଚନା ଅନୁସାରେ ସିଦ୍ଧୁ ସୋ’ର ସୁଟିଂକୁ ଆଗପରି ଉପଭୋଗ କରୁନାହାନ୍ତି । ସୋ’ର ଏପରି ଅବସ୍ଥାକୁ ନେଇ ସେ ବିଲକୁଲ ଖୁସି ନୁହଁନ୍ତି ବୋଲି ଜଣାପଡୁଛି । ଏହି କାରଣରୁ ସୋନାକ୍ଷୀ ସିହ୍ନା ଆସିଥିବା ଏପିସୋଡରେ ସିଦ୍ଧୁ ନଜର ଆସିନଥିଲେ । ପୂର୍ବରୂ ଯେଉଁଠି ସିଦ୍ଧୁ ସୁନୀଲଙ୍କ ଲେଉଟାଣି କଥା କହୁଥିଲେ ଏବେ ସେ ନିଜେ ହିଁ ସୋ’କୁ ଗରୁତ୍ୱ ଦେଉନଥିବା ଜଣାପଡୁଛି ।