ପାକ୍ ପ୍ରଧାନମନ୍ତ୍ରୀଙ୍କୁ “ଦେବଦୂତ” କହିଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ! କରତାରପୁର ସାହିବ କରିଡର ପାଇଁ ଦେଲେ ଧନ୍ୟବାଦ ।

132

ଭାରତ- ପାକିସ୍ତାନ ଭିତରେ ଥିବା କରତାରପୁର ସାହିବ କରିଡରକୁ ନେଇ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କୁ ଧନ୍ୟବାଦ ଦେବା ସହ “ଦେବଦୂତ” ର ଆଖ୍ୟା ଦେଇଛନ୍ତି । ତାଙ୍କ କହିବା ମତରେ କରିଡରକୁ ନେଇ ଇମରାନ୍ ଖାନ୍ ଦେବଦୂତ ଭଳି କାମ କରିଛନ୍ତି । ଏହି କରିଡର୍ ବାବା ନାନକଙ୍କ ନାଁରେ ଖୋଲାଯାଇଛି । ଏହା ଅପାର ସମ୍ଭାବନାକୁ ଇଙ୍ଗିତ କରିବ ଏଥିରେ କୌଣସି ଦ୍ୱନ୍ଦ ନାହିଁ । ଏଠାରେ ଶାନ୍ତି ଠାରୁ ସନ୍ଧି ପର୍ଯ୍ୟନ୍ତ ସବୁକିଛି ସମ୍ଭବ ହୋଇପାରିବ ।

ତେବେ ସିଦ୍ଧୁଙ୍କ ଏଭଳି ବୟାନକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ମନା କରିଦେଇଛନ୍ତି । ଅମରିନ୍ଦର ସିଂହ କରତାରପୁର କରିଡର ଖୋଲା ଯିବାକୁ ନେଇ ଏକ ସମାରୋହରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଆତଙ୍କବାଦ ବନ୍ଦ ଉପରେ ଧ୍ୟାନ ଦେବାକୁ କହିଥିଲେ । ସେ ପାକିସ୍ତାନର ହରକତକୁ ଦେଖି ପାକ୍ ସେନା ପ୍ରମୁଖ ଜେନେରାଲ୍ ବାଜବାଙ୍କୁ ଚେତାବନୀ ଦେଇଛନ୍ତି । ତାଙ୍କ କହିବାନୁସାରେ ସେ ନିଜେ ସେନାରେ କାର୍ଯ୍ୟରତ ଥିଲେ ଏବଂ ସେ ସଠିକ୍ ରୁପେ ଜାଣିଛନ୍ତି ଶତ୍ରୁ ସେନା ବିପକ୍ଷଙ୍କ ବିଷୟରେ କ’ଣ ଚିନ୍ତା କରେ । ତେବେ ଅଧିକ ଚାଲାକ ନ ଦେଖାଇ ସୁଧୁରିବାକୁ କହିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ।

ଅନ୍ୟପକ୍ଷେ ନିଜ କ୍ୟାବିନେଟରେ ମୁଖ୍ୟଙ୍କ କଥାର ଭିନ୍ନ ମତାମତ ଦେଉଛନ୍ତି ସିଦ୍ଧୁ । ତାଙ୍କ କହିବାନୁସାରେ, ସେ ହୃଦୟ ଯୋଡିବା କାମ କରୁଛନ୍ତି । ପିଏମ୍ ମୋଦିଙ୍କ କଥା ଉଠାଇ ସେ କହିଲେ, ମୋଦି ବର୍ଲିନ୍ କାନ୍ଥର କଥା କହି ଭାରତ ଏବଂ ପାକିସ୍ତାନ ସଂପର୍କରେ ମିତ୍ରତା ସୃଷ୍ଟି କରିବା କଥା କହିଥିଲେ । ଏବେ ପାକ୍ ପ୍ରଧାନମନ୍ତ୍ରୀ ସେଭଳି କଥା ହିଁ କହୁଛନ୍ତି ।