ଅମୃତସର ଦୁର୍ଘଟଣାରେ ମୃତକଙ୍କ ପାଇଁ ଚାଲିଥିଲା କ୍ୟାଣ୍ଡେଲ ରାଲି ! ହସୁଥିଲେ ନବଜୋତ ସିଂ ସିଦ୍ଧୁ, ଭାଇରାଲ ହେଲା ଭିଡିଓ ।

43

ପଞ୍ଜାବ ଅମୃତସରରେ ଦଶହରାରେ ହୋଇଥିବା ହୃଦୟ ବିଦାରକ ଘଟଣା ଆଜି ବି ମନେ ପଡିଲେ ଲୋମ ଟାଙ୍କୁରି ଉଠେ । ରାବଣ ପୋଡିରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଚାଲିଯାଇଛି ୬୦ରୁ ଅଧିକ ଜୀବନ । ଅନେକ ଏବେବି ମଧ୍ୟ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଉ ଅନ୍ୟ ପଟେ ଏହି ଲୋମଟାଙ୍କୁରା ଘଟଣାକୁ ନେଇ ମଧ୍ୟ ରାଜନୀତି ତେଜିବାରେ ଲାଗିଛି । ନେତାମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଆଉ ଏହାରି ମଧ୍ୟରେ ନବଜୋତ ସିଂହ ସିଦ୍ଧୁଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହେବା ସହ ରାଜନୀତି ମଧ୍ୟ ତେଜିଛି ।

ପ୍ରକୃତ ଘଟଣା ହେଉଛି, ଅମୃତସର ଦୁର୍ଘଟଣାରେ ମୃତକଙ୍କ ପାଇଁ କଂଗ୍ରେସ ପକ୍ଷରୁ ଏକ କ୍ୟାଣ୍ଡେଲ ରାଲିର ଆୟୋଜନ କରାଯାଇଥିଲା । ଆଉ ଏହି ରାଲିରେ ନବଜୋତ ସିଂହ ସିଦ୍ଧୁ ହସୁଥିବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ, ଏହି କ୍ୟାଣ୍ଡେଲ ମାର୍ଚ୍ଚରେ ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଜାଖଡଙ୍କ ସହ କଥା ହେବା ସହ ଅନେକ ଥର ହସୁଥିବାର ମଧ୍ୟ ନଜର ଆସିଛନ୍ତି । ସିଦ୍ଧୁଙ୍କ ଏହି ଫଟୋ ଭାଇରାଲ ହେବା ପରେ ରାଜନୀତି ମଧ୍ୟ ଜୋର ଧରିଛି । ସାଧାରଣ ଲୋକମାନଙ୍କର କହିବା କଥା ଅମୃତସର ଦୁର୍ଘଟଣାକୁ ନେଇ ସିଦ୍ଧୁ ରାଜନୀତି କରୁଛନ୍ତି । ଏହି ହୃଦୟ ବିଦାରକ ଘଟଣା ପାଇଁ ସିଦ୍ଧୁ କେତେ ଦୁଃଖିତ ଅଛନ୍ତି, ତାହା ଏହି ଫଟୋରୁ ଜଣା ପଡୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।