କଂଗ୍ରେସରେ ସାମିଲ ହେବା ପରେ ସିଦ୍ଧୁଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ : କହିଲେ ସେ ଜନ୍ମରୁ କଂଗ୍ରେସିଆ

31

କଂଗ୍ରେସରେ ସାମିଲ ହେବା ପରେ ନବଜ୍ୟୋତ ସିଂହ ସିଦ୍ଧୁ ଆଜି ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସିଦ୍ଧୁ ପୂର୍ବ ଅମୃତସରରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢିବା ସମ୍ଭାବନା ରହିଛି । ପ୍ରେସମିଟରେ ସିଦ୍ଧୁ କହିଛନ୍ତି, ସେ ଜନ୍ମରୁ କଂଗ୍ରେସିଆ, ଏହା ତାଙ୍କର ଘରୱାପସି । ତାଙ୍କ ପିତା ୪୦ ବର୍ଷ ଧରି କଂଗ୍ରେସରେ ଥିଲେ, ତେଣୁ ଲୋକେ କଣ କହିବେ ଏଥିରେ ତାଙ୍କର କିଛି ଯାଏ ଆସେ ନାହିଁ ।

ସାମ୍ବାଦିକ ସମ୍ମିଳନୀରେ ନବଜ୍ୟୋତ ସିଂହ ସିଦ୍ଧୁ କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ଲଢେଇ ନୁହେଁ । ଏହା ପଂଜାବର ସ୍ୱାଭିମାନ ଲଢେଇ । ଏହି ଅବସରରେ ସେ ବାଦଲ ସିଂହ ଉପରେ ମଧ୍ୟ ବର୍ଷିଥିଲେ । ପରେ ସେ କଂଗ୍ରେସକୁ କୌଶଲ୍ୟା, ବିଜେପିକୁ କୈକୟା ଏବଂ ଶିରୋମଣି ଅକାଳି ଦଳକୁ ମନ୍ଥରା ସହ ତୁଳନା କରିଥିଲେ ନବଜ୍ୟୋତ ସିଂହ ସିଦ୍ଧୁ ।