ମହଙ୍ଗା ପଡିଲା ସାପ ସହ ସେଲଫି ! ବିଷାକ୍ତ କୋବ୍ରାକୁ ଚୁମ୍ବନ ଦେଇ ଜୀବନ ହାରିଲେ ଯୁବକ

56

ସାପ ସହ ସେଲଫି ମହଙ୍ଗା ପଡିଛି ଜଣେ ଯୁବକଙ୍କୁ । ଆଉ ସେଲଫି ବଦଳରେ ହରାଇଛନ୍ତି ନିଜ ଜୀବନ । ଏକ ବିଷାକ୍ତ କୋବ୍ରା ସହ ସେଲଫି ନେବା ପାଇଁ ଚୁମ୍ବନ ଦେବା ସମୟରେ ଏହି ଘଟଣାଟି ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ନାଭି ମୁମ୍ବାଇର ୨୫ ବର୍ଷୀୟ ସୋମନାଥ ।

ସୂଚନା ଅନୁସାରେ, ସୋମନାଥ ବିଭିନ୍ନ ସ୍ଥାନରୁ ସାପ ଉଦ୍ଧାର କାମ କରନ୍ତି । ତେଣୁ ଜାନୁଆରୀ ୩୦ ତାରିଖ ଦିନ ନିକଟସ୍ଥ କାର୍ ପାର୍କିଂ ସ୍ଥାନରୁ ଏକ ବିଷାକ୍ତ କୋବ୍ରା ଉଦ୍ଧାର କରିଥିଲେ । ଆଉ ସାପଟିକୁ ଉଦ୍ଧାର କରିବା ପରେ ସେହି କ୍ଷଣଟିକୁ ସ୍ମରଣୀୟ କରିବା ପାଉଁ ଉକ୍ତ ସାପ ସହ ସେଲଫି ନେବା ପାଇଁ ସ୍ଥିର କରିଥିଲେ । ଆଉ ବିଷାକ୍ତ କୋବ୍ରାକୁ ଚୁମ୍ବନ ଦେବା ବେଳେ ସାପଟି ସୋମନାଥଙ୍କୁ କାମୁଡି ଦେଇଥିଲା । ତେବେ ସୋମନାଥଙ୍କୁ ତୁରନ୍ତ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ୫ ଦିନ ପରେ ସୋମନାଥ ମୃତ୍ୟୁବରଣ କରିଥିଲେ ।