ଆଇପିଏସ ସମ୍ମିଳନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ! ପୋଲିସ ଅଧିକାରୀଙ୍କୁ ଦେଲେ ଗୁରୁମନ୍ତ୍ର । କହିଲେ, ରାଜ୍ୟର ଉନ୍ନତି ସାଙ୍ଗକୁ ଅତ୍ୟାଧୁନିକ କୌଶଳ ସହ ପୁଲିସର ବିକାଶ କରାଯିବ

38

କନକ ବ୍ୟୁରୋ : ୬୦ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀର ଆଜି ତୃତୀୟ ତଥା ଶେଷ ଦିନ । ଭୁବନେଶ୍ୱରରେ ଆୟୋଜିତ ସମ୍ମିଳନୀର ଶେଷ ଦିନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପୁଲିସ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା, ଅପରାଧ ନିୟନ୍ତ୍ରଣ ଦିଗରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

୧୩ ତାରିଖ ଠାରୁ ଏହି ପୁଲିସ ଅଧିକାରୀ ସମ୍ମିଳନୀ ଆରମ୍ଭ ହୋଇଥିଲା । ଏଥିରେ ସବୁ ଜିଲ୍ଲା ଏସପି, ଆଇଜି ଡ଼ିଆଜି ଉପସ୍ଥିତ ରହିଥିଲେ । ମୁଖ୍ୟତଃ ସବୁ ଜିଲ୍ଲାରେ ମଡ଼େଲ ପୋଲିସ ଷ୍ଟେସନ୍ ଖୋଲିବା ଉପରେ ଗୁରୁତ୍ୱ ଦିଆଯାଇ୍ଥିଲା ।ଏହାସହ ମାଓ ଦମନ ନେଇ ରଣନୀତି ପ୍ରସ୍ତୁତ ହେବା ସହ ସୋସିଆଲ ମିଡିଆର ଅପବ୍ୟବହାରକୁ କିପରି ରୋକ ଯାଇପାରିବ ତାହା ଆଲୋଚନା ହୋଇଥିଲା । ଏହାସହ ଶେଷଦିନରେ ରାଜ୍ୟର ଉନ୍ନତି ସାଙ୍ଗକୁ ପୁଲିସର ବିକାଶ ନେଇ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।