ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ନୀତିଆୟୋଗ ପରିଚାଳନା ପରିଷଦ ବୈଠକ ! ସାମିଲ ହେଲେ ମୁଖ୍ୟମନ୍ତ୍ରୀ

219

କନକ ବ୍ୟୁରୋ : ଆଜି ଦିଲ୍ଲୀରେ ଚାଲିଛି ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ନୀତି ଆୟୋଗର ଅଧ୍ୟକ୍ଷ ଭାବେ ପ୍ରଧାନମନ୍ତ୍ରୀ ଦେଶର ବିକାଶ ନେଇ ଆସନ୍ତା ଦୁଇ ବର୍ଷ ପାଇଁ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବେ ।

ବୈଠକରେ ଏକ ୩ବର୍ଷିଆ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ । ଏହା ସହିତ ଦେଶର ତ୍ୱରିତ ବିକାଶ ନେଇ ଏକ ୧୫ ବର୍ଷିଆ ଭିଜନ ଡକ୍ୟୁମେଂଟ ବୈଠକରେ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଦାବି କରିବେ ନବୀନ । ବୈଠକରେ ଓଡିଶା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ପାଇଁ ମଧ୍ୟ ଦାବି କରବେ ନବୀନ । ପାଂଚ ଦିନିଆ ଦିଲ୍ଲୀ ଗସ୍ତ ପୂର୍ବରୁ ସଚିବାଳୟରେ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ ନବୀନ । ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି ।