ଓଡ଼ିଶା ନିବାସ କ୍ୟାଂଟିନ ନେଇ ମୁହାଁମୁହିଁ ! ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର, ଜବାବରେ ପାଖରେ ଥିବା ପେଟ୍ରୋଲ ପମ୍ପ ଜମି ଦେବାକୁ କହିଲେ ନବୀନ

23

କନକ ବ୍ୟୁରୋ: ନୂଆଦିଲ୍ଲୀରେ ଓଡ଼ିଶା ନିବାସ କ୍ୟାଂଟିନ ସର୍ବସାଧାରଣଙ୍କ ପାଇଁ ଖୋଲିବା ପ୍ରସଙ୍ଗ ଏବେ ରୋଚକ ମୋଡ଼ ନେଇଛି । କ୍ୟାଂଟିନ ଖୋଲିବା ନେଇ ପୂର୍ବରୁ ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ସହ ଦାୟିତ୍ୱ ଧର୍ମେନ୍ଦ୍ରଙ୍କୁ ଆଡ଼କୁ ଠେଲି ଦେଇଛନ୍ତି । ସ୍ଥାନ ଅଭାବରୁ ଓଡ଼ିଶା ନିବାସ କ୍ୟାଂଟିନ ଖୋଲିବା ସମ୍ଭବ ନୁହେଁ ବୋଲି ନବୀନ ଉଲ୍ଲେଖ କରିଛନ୍ତି ।

ନୂଆଦିଲ୍ଲୀର ଓଡ଼ିଶା ଭବନ ନିକଟରେ ଥିବା ପେଟ୍ରୋଲ ପମ୍ପ ଜାଗା ମୂଳରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା ଏବଂ ପରେ ଏହାକୁ କାଢି ନିଆଯାଇଥିଲା । ଏହାକୁ ପୁଣି ଫେରାଇ ଆଣିବାକୁ ଚେଷ୍ଟା କରି ପାରିବେ କି ବୋଲି ନବୀନ ଧର୍ମେନ୍ଦ୍ରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –