ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ଝାରସୁଗୁଡା ବିମାନବନ୍ଦରରୁ ବିମାନ ଚଳାଚଳ ପାଇଁ ଦାବି

ପଶ୍ଚିମ ଓଡିଶାବାସୀଙ୍କୁ ବିମାନ ସେବା ଯୋଗାଇବାକୁ ଦାବି

146

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରୁସୁଗୁଡା ବିମାନବନ୍ଦରରୁ ଏୟାର ଇଣ୍ଡିଆର କମର୍ସିଆଲ ବିମାନ ଚଳାଚଳ ପାଇଁ ସେ ଚିଠିରେ ମୋଦିଙ୍କୁ ଅନୁରୋଧ କରଛନ୍ତି । ନବୀନ ଚିଠିରେ ଲେଖିଛନ୍ତି, ଝାରସୁଗୁଡା ରାଜ୍ୟର ଏକ ପ୍ରମୁଖ ଶିଳ୍ପ ଓ ଖଣି ଅଂଚଳ । ଗତ ୨୨ ସେପେଟମ୍ବର ଝାରୁସୁଗୁଡା ବିମାନବନ୍ଦରର ଉଦଘାଟନ ସମୟରେ ବ୍ୟବସାୟିକ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ସବୁ ପ୍ରକାରର ସହାୟତା ଦେବେ ବୋଲି ଘୋଷଣା କରିଥିଲେ ।

ଝାରୁସୁଗୁଡା-ଦିଲ୍ଲୀ ମଧ୍ୟରେ ବିମାନ ଚଳାଚଳ ପାଇଁ ବି ଅନୁରୋଧ କରାଯାଇଥିଲା । ଭୁବନେଶ୍ୱର-ନୂଆଦିଲ୍ଲୀ ବିମାନଙ୍କୁ ଝାରୁସୁଗୁଡାରେ ରହିବା ପାଇଁ ବି କହିଥିଲି । ଇତିମଧ୍ୟରେ ଝାରୁସୁଗୁଡାରୁ ଏୟାର ଓଡିଶା ବିମାନ ସେବାକୁ ହଠାତ ବନ୍ଦ କରିଦେଇଛନ୍ତି । ପଶ୍ଚିମ ଓଡିଶା ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଖୁବଶୀଘ୍ର ଏୟାର ଇଣ୍ଡିଆ ବିମାନର ଉଡାଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।