ମହାନଦୀ ଜଳ ବିବାଦ ସଂକ୍ରାନ୍ତରେ ମୋଦିଙ୍କୁ ଚିଠି ଲେଖିଲେ ନବୀନ । ଟ୍ରିବ୍ୟୁନାଲ ଗଠନ ପାଇଁ ତୁରନ୍ତ ବିଜ୍ଞପ୍ତି ଜାରି କରିବାକୁ ଅନୁରୋଧ

28

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ରିବ୍ୟୁନାଲ ଗଠନ ପାଇଁ ତୁରନ୍ତ ବିଜ୍ଞପ୍ତି ଜାରି କରିବାକୁ ମୋଦୀଙ୍କ ନିକଟରେ ଦାବି କରିଛନ୍ତି ନବୀନ । ଯଦି ଟ୍ରିବ୍ୟୁନାଲ ଗଠନରେ ବିଳମ୍ବ ହୁଏ ତେବେ ଏହାର ଲାଭ ଛତିଶଗଡ ନେବ । କାହିଁକି ନା ମହାନଦୀର ଉପର ମୁଣ୍ଡରେ ନିର୍ମାଣ ଚାଲିଥିବା ୬ଟି ବ୍ୟାରେଜର କାମ ବନ୍ଦ ରଖିବନି ପଡୋଶୀର ରାଜ୍ୟ । ଯାହା ଅଣ ମୌସୁମୀ ସମୟରେ ଓଡ଼ିଶାର ସ୍ୱାର୍ଥକୁ ପ୍ରଭାବିତ କରିବ ।

ପୂର୍ବରୁ ଏହି ମାମଲାରେ କେନ୍ଦ୍ରସରକାର ହସ୍ତକ୍ଷେପ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ସେତେବେଳର କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମାଭାରତୀଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା । ମାତ୍ର ମାମଲାର ସମାଧାନ ନହେବାରୁ ବିବାଦ କୋର୍ଟକୁ ଯାଇଥିଲା ।