ଧର୍ମେନ୍ଦ୍ରଙ୍କ ଚାଲ୍, ନବୀନଙ୍କ ଚାଲ୍ ! ଦିଲ୍ଲୀ ଓଡ଼ିଶା ଭବନର କ୍ୟାଂଟିନ୍ ଖୋଲିବା ନେଇ ଆରମ୍ଭ ହେଲା ରାଜନୀତି

24

କନକ ବ୍ୟୁରୋ : ଏବେ ରାଜନୀତିରେ କ୍ୟାଂଟିନ୍ । ଦିଲ୍ଲୀ ସ୍ଥିତ ଓଡିଶା ଭବନର କ୍ୟାଂଟିନଙ୍କୁ ସମସ୍ତଙ୍କ ପାଇଁ ଖୋଲିବା ପାଇଁ ଗତ ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ସହ ଦାୟିତ୍ୱ ଧମେର୍ନ୍ଦ୍ରଙ୍କୁ ଆଡକୁ ଠେଲି ଦେଇଛନ୍ତି । ସ୍ଥାନ ଅଭାବରୁ ଓଡିଶା ନିବାସ କ୍ୟାଂଟିନ୍ ଖୋଲିବା ସମ୍ଭବ ନୁହେଁ ବୋଲି ନବୀନ ଉଲ୍ଲେଖ କରିଛନ୍ତି । ନୂଆଦିଲ୍ଲୀର ଓଡିଶା ଭବନ ନିକଟରେ ଥିବା ପେଟ୍ରୋଲ୍ ପମ୍ପ୍ ଜାଗା ମୂଳରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା ଏବଂ ପରେ ଏହାକୁ କାଢି ନିଆଯାଇଥିଲା । ଏହାକୁ ପୁଣି ଫେରାଇ ଆଣିବାକୁ ଚେଷ୍ଟା କରି ପାରିବେ କି ବୋଲି ନବୀନ ଧର୍ମେନ୍ଦ୍ରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ଓଡିଶା ନିବାସରେ କ୍ୟାଂଟିନ୍ ଖୋଲିବା ପ୍ରସଙ୍ଗରେ ମଧ୍ୟ ସୂର୍ଯ୍ୟ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଓଡିଶା ଭବନର କିଛି ଜାଗାକୁ ପେଟ୍ରୋଲ୍ ପମ୍ପ୍ ମାଡି ମାଡିବସିଛି । ପେଟ୍ରୋଲ ପମ୍ପକୁ ହଟାଯାଇ ଓଡିଶା ଭବନକୁ ଦେଲେ କ୍ୟାଂଟିନ୍ ସଂପ୍ରସାରଣ ହେବ । ଓଡିଶା ଭବନରେ ଓଡିଶା କ୍ୟାଂଟିନ୍ ଖୋଲିବା ପ୍ରସଙ୍ଗରେ ବିଜେପି ପ୍ରତିକ୍ରିୟା ରଖିଛି । ଦଳର ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ରାଜ୍ୟ ସରକାର ନିଜ ଦାୟିତ୍ୱ ତୁଲାଇ ପାରିନାହାନ୍ତି ।