ଧାମରା ଗ୍ୟାସ୍ ପାଇପଲାଇନ୍ ପ୍ରକଳ୍ପର ଭୂମିପୂଜା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ନବୀନ୍

80

କନକ ବ୍ୟୁରୋ : ଧାମରା ଗ୍ୟାସ୍ ପାଇପଲାଇନ୍ ପ୍ରକଳ୍ପର ଭୂମିପୂଜା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ନବୀନ୍ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା କାର୍ଯ୍ୟସୂଚୀରେ ନବୀନଙ୍କ ଧାମରା ଗସ୍ତ ନେଇ କୌଣସି କାର୍ଯ୍ୟକ୍ରମ ନାହିଁ । ତେବେ ମୁଖ୍ୟମନ୍ତ୍ରୀ କହିଁକି ଯିବେ ନାହିଁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ  ।

ଅନ୍ୟପଟେ ଧାମରା ଗ୍ୟାସ ପ୍ରକଳ୍ପକୁ ନେଇ ରୋଚକ ହେଉଛି ରାଜ୍ୟ ରାଜନୀତି । ଏହି ପ୍ରକଳ୍ପକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପ୍ରଥମେ ପାରାଦୀପରେ ହେବାକୁ ଥିବା ଏହି ଏଲଏନଜି ଟର୍ମିନାଲ ଭଦ୍ରକର ଧାମରା ବନ୍ଦରକୁ କାହିଁକି ହେଲା ସ୍ଥାନାନ୍ତରିତ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାରାଦୀପ ବିଜେଡିର ହେଭିୱଟ ନେତା ତଥା ରାଜ୍ୟ କୃଷିମନ୍ତ୍ରୀ ଦାମୋଦର ରାଉତ ।