ସତ ଖବର ନା’ ମିଛ ଖବର ! ଭଉଣୀଙ୍କୁ କ୍ଷମତା ଦେଇ ନବୀନ ଯିବେ ବିଦେଶ

42

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଭାଇରାଲ୍ ଫଟୋ । ଆଉ ସେହି ଭାଇରାଲ୍ ଫଟୋକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । ଓଡିଶାରେ ହୋଇପାରେ ସତା ପରିବର୍ତନ । ଭଉଣୀ ଗୀତା ମେହେଟ୍ଟାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ବିଦେଶ ଯିବେ ନବୀନ ।

ଏହି ଖବରର ସତ୍ୟତାକୁ ନେଇ କୈଣସି ପ୍ରକାରର ସ୍ପଷ୍ଟ ସୂଚନା ମିଳିନଥିବା ବେଳେ, ସୋସିଆଲ ମିଡିଆରେ କିନ୍ତୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଷ୍ଣୁ ଦାସ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଖାଲି ଥିବା ଆସନରେ ନବୀନ ଗୀତା ମେହେଟ୍ଟାଙ୍କୁ ପଠାଇ ମାଷ୍ଟରଷ୍ଟ୍ରୋକ ମାରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

ପ୍ରକାଶିତ ରିପୋର୍ଟ ଅନୁସାରେ, ନବୀନଙ୍କ ଦେହ ଭଲ ରହୁନଥିବାରୁ ତାଙ୍କ ସ୍ଥାନରେ ଭଉଣୀ ଗୀତା ମେହେଟ୍ଟା ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ନବୀନ କ୍ୟାମ୍ପ ଚାହୁଁନି ରାଜ୍ୟରେ ବିହାର ଆଉ ତାମିଲନାଡୁ ଭଳି ସ୍ଥିତି ହେଉ । ନବୀନଙ୍କ ବିନା ଅନୁପସ୍ଥିତିରେ ବିଦ୍ରୋହୀ କ୍ୟାମ୍ପ ସତା ଦଖଲ କରିନେଉ । ବିହାରରେ ନୀତିଶ କୁମାରଙ୍କୁ ଜୀତନ ମାଂଝୀ ଅଡୁଆରେ ପକାଇଥିଲା ବେଳେ ତାମିଲନାଡୁରେ ଆମ୍ମାଙ୍କ ଉତରଧାିକାରୀ ନେଇ ବଳ କଷାକଷି ଚାଲିଥିଲା । କୁହାଯାଉଛି, ନବୀନ ସୁସ୍ଥ ହୋଇ ଫେରିବା ପରେ ପୁଣି ଶାସନ ଗାଦି ଦଖଲ କରିବେ । ହେଲେ ଏହାକୁ ନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି ।

କିଛି ଦିନ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ନେଇ ଏକ ୱେବସାଇଟରେ ପ୍ରକାଶିତ ଖବର ପରେ ଚର୍ଚ୍ଚା ଜୋର ଧରିଥିଲା । ନିଜେ ନବୀନ ଏହାକୁ ଖଣ୍ଡନ କରିଥିଲେ । କିଛି ଦିନ ଆଗରୁ ରାଜ୍ୟସଭା ପଦ ଛାଡିବା ପରେ ବିଷ୍ଣୁ ଦାସ କହିଥିଲେ, ଯଦି ତାଙ୍କ ସ୍ଥାନରେ ଗୀତା ମେହେଟ୍ଟା ରାଜ୍ୟସଭାକୁ ଯାଆନ୍ତି ତେବେ ସେ ଖୁସି ହେବେ ।

ବିଷ୍ଣୁଙ୍କ ସ୍ଥାନରେ କିଏ ଯିବେ ଦିଲ୍ଲୀ । ବିଜେଡି ହାବଭାବ ଦେଖିଲେ ଲାଗୁଛି, ଦଳ ଭିତରେ କିଛି ଗୋଟେ ବଡ ଘଟୁଛି । ନବୀନଙ୍କୁ ଛାଡିଲେ, ଦଳରେ ସମସ୍ତେ ସନ୍ଦୀହାନ । କଣ ଘଟିବ ସମସ୍ତେ ଅଜ୍ଞ । ଆଉ ଏହାରି ଭିତରେ ନଜର ଗୀତା ଦିଲ୍ଲୀ ଯାଇ ରାଜ୍ୟ ସମ୍ଭାଳିବେ ନା ନବୀନ ଆଉ କିଛି ଷ୍ଟ୍ରୋକ ମାରିବେ ।