କିଏ ପିନ୍ଧିବ ରାଜ୍ୟସଭା ଉପାଧ୍ୟକ୍ଷ ମୁକୁଟ ! ଜାତୀୟ ଗଣମାଧ୍ୟମରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ଏବେ ଚର୍ଚ୍ଚାରେ ।

48

କନକ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ଏବେ ରାଜନୈତିକ ମାହୋଲ ଜୋରଦାର ହୋଇଛି । କାରଣ ବର୍ତ୍ତମାନ ରାଜ୍ୟସଭା ଉପାଧ୍ୟକ୍ଷ ପି.ଜେ କୁରିଏନଙ୍କ କାର୍ଯ୍ୟକାଳ ଅବଧି ଜୁଲାଇ ମାସ ଶେଷ ସୁଦ୍ଧା ସମାପ୍ତ ହେଉଥିବା ହେତୁ ଅଗାମୀ ରାଜ୍ୟସଭା ଉପାଧ୍ୟକ୍ଷ କିଏ ହେବ ସେ ନେଇ ରାଜ୍ୟ ଓ କେନ୍ଦ୍ର ରାଜନୀତି ମାହୋଲରେ ଚାଲିଛି ଅଙ୍କ କଷାକଷି । ତେବେ ଆସନ୍ତା ମୌସୁମୀରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେବ ବୋଲି ଜଣାପଡିଛି । ଏନେଇ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ସୁଖେନ୍ଦୁ ରାୟ ଓ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ସୂଚନା ମୁତାବକ ଯଦି ବିଜେଡି କଂଗ୍ରେସ ସହିତ ସମର୍ଥନ କରୁଛି ତେବେ ୧୨୨ ସିଟ ଅକ୍ତିଆର କରି ରାଜ୍ୟସଭା ଉପାଧ୍ୟକ୍ଷ ଆସନକୁ ଅକ୍ତିଆର କରିବ ବୋଲି ଜଣାପଡିଛି । କିନ୍ତୁ ଜଣେ ବରିଷ୍ଠ ବିଜେଡି ନେତାଙ୍କ କହିବା ମୁତାବକ କଂଗ୍ରେସ ଦଳର ପ୍ରାର୍ଥୀକୁ ବାଦ ଦେଇ ଯଦି ବିଜେଡି ଦଳର ଜଣେ ରାଜ୍ୟସଭା ପ୍ରାର୍ଥୀକୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ମନୋନୀତ କରାଯିବ ଏବଂ ସମର୍ଥନ କରାଯାଏ ତେବେ ବିଜେପିକୁ ଚେକ ଦେବାରେ ସହାୟକ ହେବା ସହ ସମର୍ଥନ ମଧ୍ୟ କରାଯିବ ବୋଲି ବିଜେଡି ଶିବିରରୁ ସୁଚନା ମିଳିଛି ବୋଲିି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ତେବେ ତୃଣମୁଳ କଂଗ୍ରେସର ଡେରେକ ଓବ୍ରେନ ବିଜେଡି ସାଂସଦ ର୍ଭତ୍ତୃହରି ମହତାବଙ୍କ ସହ ଅନଔପଚାରିକ ଆଲୋଚନା ମୁତାବକ ମହତାବ କହିଛନ୍ତି ଯେ ଏ ସମ୍ପର୍କରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବାବଦରେ ଦୃଷ୍ଟିଗୋଚର କରିଥିଲେ ମଧ୍ୟ କିଛି ଊତ୍ତର ମିଳିନାହିଁ ର୍ଭତ୍ତୃହରି କହିଛନ୍ତି । ତୃଣମୂଳ କଂଗ୍ରେସର ପାର୍ଥୀ ସୁଖେନ୍ଦୁ ରାୟଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀଭାବେ ସମର୍ଥନ କରୁଥିବା ବେଳେ ବିଜେଡି ଶିବିରରେ ମଧ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ଚର୍ଚ୍ଚାରେ ରହିଛି । ତେବେ ପୂର୍ବରୁ ମଧ୍ୟ କଂଗ୍ରେସ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାରଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମର୍ଥନ ଜଣାଇ ନଥିଲେ କିନ୍ତୁ ଉପ-ରାଷ୍ଟ୍ରପତି ନିର୍ବାଚନରେ ଗୋପାଳ କୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଜଣାଇଥିଲେ । ତେବେ ବିରୋଧୀଙ୍କ ସୁଚନା ମୁତାବକ ତୃଣମୂଳ କଂଗ୍ରେସ କିିମ୍ବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଚୟନ କରାଯାଇ ପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ କର୍ଣ୍ଣାଟକରେ ସରକାର ଗଢ଼ିବା ପାଇଁ ବିଜେପି ଦେଖିଥିବା ସ୍ୱପ୍ନକୁ ଭାଙ୍ଗି ଧୂଳିସାତ କରିଥିବା କଂଗ୍ରେସ ବର୍ତ୍ତମାନ ବିଜେଡି ଓ ତୃଣମୂଳ କଂଗ୍ରେସ ସମର୍ଥିତ ପ୍ରାର୍ଥୀକୁ ସମର୍ଥନ ଜଣାଇ ବିଜେପିକୁ ଚେକମେଟ ଦେବା ପାଇଁ ଅଣ୍ଟା ଭିଡିଛି କଂଗ୍ରେସ ବୋଲି ଜଣାପଡିଛି ।