ନବୀନ୍ ଘୋଷଣା କଲେ, ନାଇଡୁ କାର୍ଯ୍ୟକାରୀ କଲେ ! ଦୁଇ ମୁଖ୍ୟମନ୍ତ୍ରୀଙ୍କ ପିସି ବିରୋଧୀ ଲଢେଇର ଭିନ୍ନ ଚିତ୍ର

71

କନକ ବ୍ୟୁରୋ : ପିସି କାରବାର ବନ୍ଦ କରିବା ପାଇଁ ଆନ୍ଧ୍ର ସରକାରଙ୍କ ବଡ଼ ପଦକ୍ଷେପ । ଟୋଲþ ଫ୍ରି ନମ୍ବର ଘୋଷଣା କରିବାର ମାତ୍ର ୧୫ ଦିନ ମଧ୍ୟରେ ମିଳିଛି ବଡ଼ ସଫଳତା । ୧୧୦୦ରେ ଫୋନ୍ କରି ଜଣାଇଲେ ଲାଂଚ ସଂପର୍କରେ ଜଣାଇଲେ ଲାଂଚ ନେଇଥିବା ସରକାରୀ ବାବୁ ସାଂଗେ ସାଂଗେ ଫେରାଉଛନ୍ତି ଟଙ୍କା । ଦିନକୁ ତିନି ହଜାର ଅଭିଯୋଗ ଏହି ଫୋନ୍ ମାଧ୍ୟମରେ ପଂଜିକୃତ ହେଉଛି । ଯେଉଁ ସରକାରୀବାବୁଙ୍କ ବିରୋଧରେ ଲାଂଚ ନେଉଥିବା ଅଭିଯୋଗ ହେଉଛି, ସେମାନେ ଫେରାଉଛନ୍ତି ନେଇଥିବା ଟଙ୍କା ।

ଗୋଟିଏ ପଟେ ଲାଂଚ କାରବାର ରୋକିବା ପାଇଁ ଆନ୍ଧ୍ର ସରକାରଙ୍କ ଠୋସ୍ ପଦକ୍ଷେପ, ଏପଟେ ଓଡ଼ିଶାରେ ପିସି ବା ପରସେଂଟେଜ୍ ରୋକିବାକୁ ନବୀନଙ୍କ ତୁଚ୍ଛା ତାଗିଦ । ଓଡ଼ିଶାରେ ପିସି କାରବାର ନେଇ କନକ ନ୍ୟୁଜରେ ଲଗାତର ରିପୋର୍ଟ ପ୍ରକାଶ ପାଇବା ପରେ ସରକାରୀ ବାବୁମାନଙ୍କୁ ତାଗିଦ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ । ପିସି କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଏହା କେବଳ ନିର୍ଦ୍ଦେଶାନାମା ଭିତରେ ରହିଯାଇଛି । ନା ଅଛି ରୋଡମ୍ୟାପ, ନା ସରକାର ନେଇଛନ୍ତି କିଛି ଠୋସ ପଦକ୍ଷେପ ।

ପିସି କାରବାର ରେକିବାକୁ ସରକାରଙ୍କ ଆନ୍ତରିକତା ନଥିବା ଅଭିଯୋଗ କରିଛନ୍ତି ବିରୋଧୀ । ପୂରା ବ୍ୟବସ୍ଥା ଦୁର୍ନୀତିରେ ବୁଡି ରହିଥିବାରୁ ପିସି ବନ୍ଦ କରିବାକୁ ସରକାରଙ୍କ ଇଚ୍ଛାଶକ୍ତି ନାହିଁ । ଖାଲି ପରାମର୍ଶ ଦେଇଦେଲେ ଦୁର୍ନୀତି ହଟିବ ନାହିଁ ବୋଲି କହିଛନ୍ତି ବିରୋଧୀ । ସେପଟେ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବ୍ଳକ ଅଫିସରେ ଛନକା ପଶିଛି ।

ଟଙ୍କିକିଆ ଚାଉଳ ହେଉ ବା ୫ ଟଙ୍କିଆ ଆହାର, ବିଭିନ୍ନ ରାଜ୍ୟର ଜନହିତକର ଯୋଜନାକୁ ଅନୁକରଣ କରି ବେଶ ଲୋକପ୍ରିୟ ହୋଇଛନ୍ତି ନବୀନ୍ । ଏବେ ପ୍ରଶ୍ନ ଉଠୁଛି ଲାଂଚ ରୋକିବାକୁ ଚନ୍ଦ୍ରବାବୁ ନାଇଡୁ ଯେପରି ଟୋଲþ ଫ୍ରି ନମ୍ବର ଜାରି କରିଛନ୍ତି, ସେହିପରି ଟୋଲ ଫ୍ରି’ ନମ୍ବର ଜାରି କରିବେ କି ନବୀନ? ଆନ୍ଧ୍ର ଭଳି ଦୁର୍ନୀତି ବିରୋଧରେ ବଡ଼ ଲଢେଇ ପାଇଁ ଆଗେଇ ଆସିବ କି ଓଡ଼ିଶା?