ତଳେ ଅପେକ୍ଷା, ଉପରେ ଆଶଙ୍କା : ୪୫ମିନିଟ୍ ଧରି ଆକାଶରେ ବାଟବଣା ହେଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

36

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ସମୟ ଠିକ୍ ୧୨.୪୫ । ଜୟପୁର ଏୟାରଷ୍ଟ୍ରିପରୁ ଉଡାଣ ଭରିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର । ସାଥୀରେ ଥିଲେ କୋରାପୁଟ ପିଡି ମଧୁସ୍ମିତା ସାହୁ ଓ ଚାରି ସୁରକ୍ଷା କର୍ମୀ । ଟାର୍ଗେଟ୍ ଥିଲା ୧୫ ମିନିଟ୍ ଭିତରେ କୋଟପାଡରେ ପହଂଚିବେ , ଆଉ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ହେଲେ କୋରାପୁଟ ଆକାଶରେ ହଠାତ୍ ବାଟବଣା ହୋଇଗଲା ହେଲିକପ୍ଟର ।

ତଳେ ଅପେକ୍ଷା ,ଉପରେ ଆଶଙ୍କା । ତଳେ ଜିଲ୍ଲା ପୁଲିସ ପ୍ରଶାସନର ବ୍ୟାକୁଳତା ,ଉପରେ ମୁଖ୍ୟମନ୍ତ୍ରୀଙ୍କ ମଥାରେ ଟପ୍ ଟପ୍ ଝାଳ । କୁଆଡେ ଗଲେ ମୁଖ୍ୟମନ୍ତ୍ରୀ । କୁଆଡେ ଗଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଉତ୍ତର ନା ଥିଲା ଜିଲ୍ଲା ପୁଲିସ ପାଖରେ ନା ଥିଲା ଏୟାର ଟ୍ରାଫିକ୍ କଂଟ୍ରୋଲରଙ୍କ ପାଖରେ । ୧୫ ମିନିଟରୁ ଅଧଘଂଟା ହୋଇଗଲା , ହେଲେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କଲାନି କୋଟପାଡର ବିମାନ ପଡିଆରେ । ଫେରିଗଲା ଜି ଭୁବନେଶ୍ୱର । ଚାଲିଗଲା କି ରାୟପୁର । କେଉଁଠି ରହିଲା ତୃଟି ।

ପାଖାପାଖି ୪୫ ମିନିଟ୍ ପରେ କୋଟପାଡ ଆକାଶରେ ଦେଖାଗଲା ନବୀନଙ୍କ ହେଲିକପ୍ଟର । ଶୀତୁଆ ଆକାଶରେ ଘୂରି ବୁଲି ବି ମୁଖ୍ୟମନ୍ତ୍ରୀଙ୍କ ଧଳାକମିଜ୍ ଝାଳରେ ତିନ୍ତି ଯାଇଥିଲା । ସମସ୍ତଙ୍କ ମୁହଁ ଶେତା ପଡିଯାଇଥିଲା । ତେବେ ବାଟବଣାର ୪୫ ମିନିଟ୍ ସଂପର୍କରେ କିନ୍ତୁ କେହି ଖୋଲି ନଥିଲେ ମୁହଁ ।

ନାଁ ଗୋପନ ରଖି ଜିଲ୍ଲାର ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି , ଏ ବାଟବଣା ପାଇଁ ଦାୟୀ ଜିଲ୍ଲା ପ୍ରଶାସନ । କାରଣ ଗତ ମାସ ୨୮ ତାରିଖରେ ଥିଲା ମୁଖ୍ୟମନ୍ତ୍ରୀଙ୍କ ଜୟପୁର ଗସ୍ତ କାର୍ଯ୍ୟକ୍ରମ । ସେହି ଅନୁଯାୟୀ ଏୟାର ଟ୍ରାଫିକ୍ କଂଟ୍ରୋଲରଙ୍କୁ ଦିଆଯାଇଥିଲା ସୂଚନା । ହେଲେ କାର୍ଯ୍ୟକ୍ରମ ସ୍ଥଗିତ ହେବା ଓ ନୂଆ ତାରିଖ ଧାର୍ଯ୍ୟ ନେଇ ସୂଚନା ଦିଆଯାଇନଥିଲା । ତେଣୁ ସିଗନାଲରେ ତ୍ରୁଟି ଯୋଗୁଁ ଏଭଳି ମହାବିପତ୍ତି ଆସିଥିଲା । ଏପରିକି ଏହି ୪୫ ମିନିଟ୍ ଭିତରେ ହେଲିକପ୍ଟର ରାୟପୁର ଚାଲିଯାଇଥିଲା ବୋଲି କୁହାଯାଇଛି । ତେବେ କେମିତି ଓ କାହା ପାଇଁ ଏତେବଡ ଅଘଟଣ ଘଙ୍କିଲା ,ସେନେଇ ତଦନ୍ତ ହେବା

କିଛିଦିନ ତଳେ ରାଉରକେଲାରେ ଏକ ବଡ ବିମାନ ଦୁର୍ଘଟଣା ଘଟିବାକୁ ଯାଉଥିଲା । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ରହିଯାଇଥିଲା ଏୟାର ଷ୍ଟ୍ରିପରେ । ଯାହାକୁ ସୁରକ୍ଷାକର୍ମୀ ଠେଲି ଠେଲି ନେଇଥିଲେ ଷ୍ଟ୍ରିପ ବାହାରକୁ ।

ଦେଖନ୍ତୁ ଏହି ଭିଡିଓ –