ରାଷ୍ଟ୍ରପତି ଭବନରୁ ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ଡକରା ! ପ୍ରଣବ ମୁଖାର୍ଜୀଙ୍କୁ କାଲି ଭେଟିବେ ନବୀନ

35

କନକ ବ୍ୟୁରୋ : ରାଷ୍ଟ୍ରପତି ଭବନରୁ ଆସିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ । ନିମନ୍ତ୍ରଣ ପାଇ ନବୀନ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ଆସନ୍ତାକାଲି ସେ ରାଷ୍ଟ୍ରପତିଙ୍କ ସହ ମଧ୍ୟାହ୍ନ ଭୋଜନରେ ଯୋଗଦେବେ । ଆଜି ଗଣମାଧ୍ୟମର ପ୍ରତିନିଧିମାନେ ରାଷ୍ଟ୍ରପତିଙ୍କ ଏହି ନିମନ୍ତ୍ରଣର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ପଚାରି ଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ କେବଳ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ ଆସିଛି , ଉଦ୍ଦେଶ୍ୟ କଥା ଲେଖାଯାଇ ନାହିଁ । ତେବେ ଆସନ୍ତା ଜୁଲାଇ ମାସରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ପ୍ରଣବ ମୁଖାର୍ଜୀ ନବୀନଙ୍କୁ ନିମନ୍ତ୍ରଣ କରିଥିବା ଚର୍ଚ୍ଚା ହେଉଛି ।