ଆଜି ହେବ ଶକ୍ତି ବିଭାଗର ସମୀକ୍ଷା ! ଏନେଇ ବିଜେପି ପଚାରିଛି ୧୩ଟି ପ୍ରଶ୍ନ

25

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ବିଭାଗୱାରୀ ସମୀକ୍ଷାକ୍ରମରେ ଆଜି ଶକ୍ତି ବିଭାଗର ସମୀକ୍ଷା ହେବ । ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସଂଧ୍ୟାରେ ସମୀକ୍ଷା କରି ରିପୋର୍ଟ କାର୍ଡ ରଖିବେ । ଏହା ପୂର୍ବରୁ ବିଜେପି ଆଜି ବିଭାଗକୁ ପଚାରିଛି ୧୩ଟି ପ୍ରଶ୍ନ । ଖରାଦିନରେ ୨୪ ଘଂଟିଆ ବିଜୁଳି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୃତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ବିଜେପି ।

ଦଳ ଆହୁରି କହିଛି, ବିପିଏଲଙ୍କୁ ମାଗଣା ବିଜୁଳି ପ୍ରଦାନ ବ୍ୟବସ୍ଥା ଥିବାବେଳେ କାହିଁକି ୪୦ ପ୍ରତିଶତ ବିପିଏଲଙ୍କ ଘରେ ବିଜୁଳି ପଂହଚିନି କାହିଁକି । ୨୦୧୭ ସୁଦ୍ଧା ସମସ୍ତ ଗାଁକୁ ବିଜୁଳି ପଂହଚିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ବି ବିଜୁଳି କାହିଁକି ପଂହଚିନି ବୋଲି ପ୍ରଶ୍ନ କରିଛି ବିଜେପି ।