ସଫଳତା ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାନ ଦେଲେ ନବୀନ : ଏକାଠି ନୂଆ ଓଡ଼ିଶା ଗଠନ ପାଇଁ ଦେଲେ ଆହ୍ୱାନ

142

କନକ ବ୍ୟୁରୋ : ଅପ୍ରତିଦ୍ୱନ୍ଦୀ ନେତା ନବୀନ । ଜଣେ ଅପରାଜେୟ ନେତା ଭାବେ ନିଜକୁ ପ୍ରମାଣିତ କରିଛନ୍ତି ବିଜେଡ଼ି ସଭାପତି । ଦୀର୍ଘ ୧୯ ବର୍ଷ କ୍ଷମତାରେ ରହିବା ପରେ ବି ମଳିନ ପଡିନି ନବୀନଙ୍କ କ୍ରେଜ୍ । ପୁଣିଥରେ ନବୀନ ଓ ତାଙ୍କ ଦଳ ବିଜେଡିକୁ ଅଜଶ୍ର ଆଶୀର୍ବାଦ ଅଜାଡି ଦେଇଛି ଓଡିଶା । ପ୍ରଥମ ଥର ପାଇଁ ନିଜର ପାରମ୍ପରିକ ଆସନ ହିଞ୍ଜିଳି ବ୍ୟତୀତ ବିଜେପୁରରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି । ପଂଚମ ଥର ପାଇଁ ଲଗାତାର ନିର୍ବାଚନ ଜିତି ଓଡ଼ିଶା ରାଜନୀତି ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ।

ନିର୍ବାଚନରେ ଏକତରଫା ବିଜୟ ପରେ ଆଜି ରାଜ୍ୟବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ନବୀନ । ଟ୍ୱିଟ୍ ଜରିଆରେ ଲେଖିଛନ୍ତି ପୁଣି ଥରେ ସେବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ । ରାଜ୍ୟବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଦେବା ସହ ଏକାଠି ଏକ ନୂଆ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦେଇଛନ୍ତି । ଆସନ୍ତା ୨୯ ତାରିଖରେ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ ।