ବିଜେପିର ପରିବର୍ତ୍ତନ ନାରାକୁ ନବୀନଙ୍କ କାଉଂଟର । କହିଲେ, ଦାରିଦ୍ର‌୍ୟ ଦୂରୀକରଣରେ ସବୁଠି ଆଗରେ ଓଡ଼ିଶା, ଏହା ନୁହେଁ କି ପରିବର୍ତ୍ତନ ।

226

କନକ ବ୍ୟୁରୋ : ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର । ଆଜି ଜଗତସିଂପୁର ଏବଂ ଯାଜପୁର ଲୋକସଭା କ୍ଷେତ୍ରର ବିଭିନ୍ନ ଅଂଚଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ନବୀନ । ଆଉ ଏହି ପ୍ରଚାର ବେଳେ ପରିବର୍ତନର ବ୍ୟାଖ୍ୟା କରିଛନ୍ତି ନୀବନ । ରାଜ୍ୟରେ ପରିବର୍ତନର ନାରା ଦେଉଥିବା ବିଜେପିକୁ ଅସଲ ପରିବର୍ତନର ଆଇନା ଦେଖାଇଛନ୍ତି ବିଜେଡି ସୁପ୍ରିମୋ । ଓଡ଼ିଶାରେ କେଉଁ ପରିବର୍ତନ ହୋଇଛି ସେ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେପି ପରିବର୍ତନ ବନାମ ବିଜେଡି ପରିବର୍ତନ । ପରିବର୍ତନର ନାରା ଦେଉଥିବା ବିଜେପିକୁ ନିଜସ୍ୱ ଢ଼ଙ୍ଗରେ କାଉଂଟର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜଗତସିଂହପୁର ଏବଂ ଯାଜପୁର ଲୋକସଭା କ୍ଷେତ୍ରରେ ପ୍ରଚାର କରିବା ସହ ବିଜେପିକୁ ପରିବର୍ତନର ଆଇନା ଦେଖାଇଛନ୍ତି ବିଜେଡି ସୁପ୍ରିମୋ । ଜନସଭାରେ ନବୀନ କହିଛନ୍ତି,

-ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଆଜି ଅନ୍ୟ ରାଜ୍ୟକୁ ସାହାଯ୍ୟ କରୁଛି, ଏହା କ’ଣ ପରିବର୍ତନ ନୁହେଁ ?
-ଖାଦ୍ୟ ସୁରକ୍ଷା ପାଇଁ ଅନ୍ୟ ରାଜ୍ୟରୁ ଚାଉଳ ଆସୁଥିଲା, ଆଜି ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଚାଉଳ ଯାଉଛି ଏହା କ’ଣ ପରିବର୍ତନ ନୁହେଁ ?
-ଦାରିଦ୍ର‌୍ୟ ଦୂରିକରଣରେ ଓଡ଼ିଶା ଆଜି ସବୁଠୁ ଆଗରେ, ଏହା କ’ଣ ପରିବର୍ତନ ନୁହେଁ ?
-ଓଡ଼ିଶାରେ ୩ଟି ମେଡ଼ିକାଲ କଲେଜ ଥିଲା ଏବେ ରାଜ୍ୟରେ ୯ଟି ମେଡ଼ିକାଲ କଲେଜ, ଏହା କ’ଣ ପରିବର୍ତନ ନୁହେଁ ?
-ରାଜ୍ୟରେ ସବୁ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ମିଳୁଛି ଏହା କ’ଣ ପରିବର୍ତନ ନୁହେଁ ?

କେବଳ ଏତିକି ନୁହେଁ, ବିଜେପିକୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଛ, ହିଂସା ଓ ଗୁଣ୍ଡାଗିରି ବିଜେପିର ଏଜେଣ୍ଡା । ବେଲରେ ଆସିଥିବା ଅପରାଧୀଙ୍କୁ ବିଜେପି ପ୍ରାର୍ଥୀ କରୁଛି । ଲୋକ ବିଜେପିକୁ ଉଚିତ ଜବାବ୍ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏସବୁ ଭିତରେ ବରିରୁ ଛତିଆ ଯାଏଁ ରୋଡ୍ ସୋ କରିବା ସହ ନିଆଳି, ରାହାମା, ଏବଂ ଜଗତସିଂପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ।