ଦିଲ୍ଲୀରେ ଆଜି ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ! ଯୋଗଦେବେନି ମୁଖ୍ୟମନ୍ତ୍ରୀ

24

କନକ ବ୍ୟୁରୋ : ଆଜି ଦିଲ୍ଲୀରେ ବସୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ପରିଚାଳନା କମିଟି ବୈଠକ । ଏଥିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧି ସାମିଲ ହେବେ । ତେବେ ନୀତିଆୟୋଗ ବୈଠକରେ ସାମିଲ ହେବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ବୈଠକରେ ରାଜ୍ୟ ପ୍ରତିନିଧିତ୍ୱ ନ କରିବା ସୁସ୍ଥ ପରମ୍ପରା ନୁହେଁ ବୋଲି ବିରୋଧୀ କହିଛନ୍ତି ।

ନୀତି ଆୟୋଗ ବୈଠକରେ ବିଭିନ୍ନ ରାଜ୍ୟର ସ୍ୱାର୍ଥ ଓ ଆବଶ୍ୟକତା ପ୍ରସଙ୍ଗରେ ଆଲୋଚନା ହେବ । ଏହାଛଡା କୃଷକ ଆୟରେ କିଭଳି ବୃଦ୍ଧି ହେବ, ଆୟୁଷ୍ମାନ ଭାରତ, ଜାତୀୟ ପୃଷ୍ଟି ମିଶନ, ମହାତ୍ମାଗାନ୍ଧିଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ ଉପରେ ଆଲୋଚନା ହେବ । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ, ସଡକ ଓ ପରିବହନ ମନ୍ତ୍ରୀ ଓ କେନ୍ଦ୍ର କୃଷିମନ୍ତ୍ରୀ ସାମିଲ ହେବେ । ତେବେ କେଉଁ କାରଣରୁ ନବୀନ ନୀତି ଆୟୋଗରେ ଯୋଗ ଦେବେ ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।