ପଞ୍ଚମ ଥର କ୍ଷମତାକୁ ଆସିବାକୁ ନବୀନଙ୍କ କସରତ୍ ! କରିବେ ୧୫୦ ଜନସଭା ଓ ହଜାରେ କିଲୋମିଟର ରୋଡ ସୋ, ରଘୁନାଥପାଲ୍ଲୀରେ ବୁଲିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ବସ

309

କନକ ବ୍ୟୁରୋ : ରେକର୍ଡ ପଂଚମଥର କ୍ଷମତାକୁ ଆସିବା ପାଇଁ ସବୁ ବଳ ଲଗାଇଦେଇଛନ୍ତ ବିଜେଡି ସୁପ୍ରିମୋ । ବିରୋଧୀଙ୍କ ସବୁ ରଣନୀତିକୁ କାଉଁଟର କରିବା ପାଇଁ ନିଜେ ମଂଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ । ବସରେ ବୁଲୁଛନ୍ତି ବିଜେଡି ମୁଖିଆ । ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସୂଚନା ଦେଇ ନବୀନ କହିଛନ୍ତି , ୧୫୦ ଜନସଭା ଓ ହଜାରେ କିଲୋମିଟରର ରୋଡ ସୋ କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ଦଳର ଏକ ନମ୍ବର ଷ୍ଟାର ପ୍ରଚାରକ ଭାବେ ବିଭିନ୍ନ ନିର୍ବାଚନୀ କ୍ଷେତ୍ର ବୁଳୁଛନ୍ତି ନବୀନ ।

ଆଜି ରାଉରକେଲା ରଘୁନାଥ ପାଲ୍ଲୀରେ ସମର୍ଥକଙ୍କୁ ଧରି ରୋଡ ସୋ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଗେ ଆଗେ ଚାଲିଛି ବିଜେଡି ସୁପ୍ରିମୋଙ୍କ ବସ ଆଉ ପଛରେ ଏକାଧିକ ଗାଡିରେ ସବାର ସମର୍ଥକ । ବିଭିନ୍ନ ସ୍ଥାନରେ ବୁଲି ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତ ନବୀନ ପଟ୍ଟନାୟକ । ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଗାଁ ଗାଁରେ ଅନାଇ ରହିଛନ୍ତ ନବୀନ ଓ ବିଜେଡି ସମର୍ଥକ ।