ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ଓଡିଆ ଭାଷାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବାକୁ ନବୀନଙ୍କ ନିର୍ଦେଶ

46

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ସରକାରୀ ସ୍ତରରେ ଓଡିଆ ଭାଷାର ପ୍ରଚଳନ ପାଇଁ ପଦକ୍ଷେପ ନିଆଯାଉଛି । ୧୯୫୪ ଓଡିଆ ଭାଷା ଆଇନରେ ସଂଶୋଧନ କରାଯାଉଛି ଓ ଅଗଷ୍ଟ ୧୫ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନିଆଯାଉଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ଆଜି ରାଜ୍ୟ ସଚିବାଳୟରେ ମନ୍ତ୍ରୀ ପରିଷଦ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଆଦିତ୍ୟ ପ୍ରସାଦ ପାଢୀ । ଆମ ରାଜ୍ୟରେ ଓଡିଆ ଭାଷା ସାହିତ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ ଓ ସେଂଟ୍ରାଲ ୟୁନିଭର୍ସିଟି, ବନାରସ ହିନ୍ଦୁ ୟୁନିଭର୍ସିଟି, ଦିଲ୍ଲୀ ୟୁନିଭର୍ସିଟି, ଜେଏନୟୁରେ ଓଡିଆ ଭାଷା ପାଇଁ ସ୍ୱତନ୍ତ୍ର ଚେୟାର ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯିବ ।

ବିଶେଷ କରି ମନ୍ତ୍ରୀ ପରିଷଦ ବୈଠକରେ ଓଡିଆ ଭାଷା ପାଇଁ ଯେଉଁସବୁ ପଦକ୍ଷେପ ନିଆଯାଇଛି ସେ ନେଇ ବୈଠକରେ ଆଲୋଚନା ହୋଇଛି । ଏଥିସହ ନବୀନଙ୍କ ଚତୁର୍ଥ ଟର୍ମର ଦୁଇବର୍ଷରେ ସରକାରଙ୍କୁ କଣ ସବୁ ସଫଳତା ମିଳିଛି, ତାହା ଉପରେ ଆଲୋକପାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି ସରକାର ଗତ ସାଧାରଣ ନିର୍ବାଚନ ବେଳେ ଜାରି କରିଥିବା ଇସ୍ତାହାର ପ୍ରତିଶ୍ରୁତି ପୂରଣରେ କେତେଦୂର ସଫଳ ହୋଇଛି ସେନେଇ ବୈଠକରେ ସମୀକ୍ଷା କରାଯାଇଛି । ଆଗାମୀ ୩ ବର୍ଷରେ ଏସବୁ ଟାର୍ଗେଟ ପୂରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।